ବେଆଇନ ପାର୍କିଂରୁ ଗାଡ଼ି ହଟାଇବା ବେଳେ ପୁଲିସକୁ ଆକ୍ରମଣ 

 ଟାଙ୍ଗୀ/ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ସକାଳ ସମୟରେ ଟାଙ୍ଗୀ ପୁଲିସ ପେଟ୍ରୋଲିଙ୍ଗ୍ କରି ବେଆଇନ ଗାଡ଼ି ହଟାଉଥିବା ସମୟରେ ଏକ ଟ୍ରକ୍ ପୁଲିସ ଉପରକୁ ଚଢ଼ାଇବାକୁ ଉଦ୍ୟମ କରିଥିଲା  । ସୂଚନା ଅନୁସାରେ, ପେଟ୍ରୋଲିଙ୍ଗ୍ ସମୟରେ ପୁଲିସ ଟ୍ରକ୍ ଚାଳକକୁ ଗାଡ଼ିକୁ ହଟାଅ ନଚେତ୍ ଫାଇନ କଟାଯିବ ବୋଲି କହିଥିଲେ  । ଫଳରେ ଟ୍ରକ୍ ଡ୍ରାଇଭର ତତ୍କ୍ଷଣାତ ପୁଲିସ ଉପରକୁ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ  ।  ଏଥିରେ ପୁଲିସ ଜଣଙ୍କ ଆହତ ହୋଇଥିବା ବେଳେ ଫାଇନ ଚାଲାଣ ମେସିନ୍ଟି ଉପରେ ଟ୍ରକ୍ ଚଢିଥିବାରୁ ତାହା ନଷ୍ଟ ହୋଇଯାଇଛି  । ଟ୍ରକ୍ଟିକୁ ଧରିବା ପାଇଁ ପୁଲିସ ଉଦ୍ୟମ କରି ଚୌଦ୍ୱାର ସ୍ଥିତ ମଙ୍ଗୁଳି ଛକ ନିକଟରେ ଟ୍ରକ୍ ଅଟକାଇ ଥିଲା  । ସୂଚନା ମୁତାବକ, ଟ୍ରକ୍ ଡ୍ରାଇଭର ଜଣକ ବିହାର  । ଟ୍ରକ୍ରେ ଲୋଡ଼୍ ଥିବା ସାମଗ୍ରୀକୁ ବିହାରରୁ ଆଣି ଆଠଗଡ଼ ଟାଟା କମ୍ପାନୀକୁ ନେଉଥିବା ଜଣାପଡ଼ିଛି  ।