ଓପିଡିରେ ନାହାନ୍ତି ଡାକ୍ତର, ରୋଗୀ ହନ୍ତସନ୍ତ
କାକଟପୁର : ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଅନେକ ଥର ବିଭିନ୍ନ ଅଭିଯୋଗ ଆସିଥିଲେ ବି ଏହା ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ବର୍ତ୍ତମାନ ସନେ୍ଦହ ଘେରରେ । ଅନେକ ଥର ଅନେକ ପ୍ରସଙ୍ଗ ଉଠିଲେ ବି କାହିଁକି ଓ କ'ଣ ପାଇଁ ପ୍ରଶାସନ ଚୂପ ସେଥିପାଇଁ ବୁଦ୍ଧିଜୀବୀ ମହଲରେ ସନେ୍ଦହ ବୃଦ୍ଧି ପାଉଛି । କେତେବେଳେ ଡାକ୍ତର ରୋଗୀଙ୍କୁ ଦୁଃବ୍ୟବହାରର ଅଭିଯୋଗ ଆସିଲାଣି ତ କେତେବେଳେ କିଛି ନିର୍ଦ୍ଧିଷ୍ଟ ପାଥାଲ୍ୟାବ ଆଉ ମେଡିସିନ ଷ୍ଟୋରରୁ ମେଡ଼ିସିନ ଆଣିବାକୁ ଡାକ୍ତର ଚିଠା ଦେଉଛନ୍ତି, ଏହିଭଳି ଅନେକ ଅଭିଯୋଗ ସାମ୍ନା କୁ ଆସୁଛି, ଜିଲ୍ଲା ରୁ ଅନୁଧ୍ୟାନ କରିବା କୁ ଟିମ୍ ଆସୁଛନ୍ତି କାଗଜପତ୍ର ଲେଖା ଯାଉଛି, ଗଣମାଧ୍ୟମ କୁ ଉତ୍ତର ଦେଉଛନ୍ତି ପରବର୍ତ୍ତୀ ମୁହୂର୍ତ୍ତ ରେ ତଥ୍ୟ ଦିଆଯିବ କିନ୍ତୁ କେଉଁଠି ସେ ଯାଞ୍ଚ ରିପୋର୍ଟ ଅଟକୁଛି ତାହା ସନେ୍ଦହ, ଆଜି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଆହୁରି ଏକ ଦୃଶ୍ୟ ଆସିଛି, ଓପିଡି ରେ ଡାକ୍ତର ଙ୍କ ଉପସ୍ଥିତ ସମୟ ସକାଳ ୮ ଘଟିକା ରୁ ୧୨ ଘଟିକା ଥିବା ବେଳେ ଆଜି ଦିବା ୯ ଘଟିକା ହୋଇଥିଲେ ବି ଓପିଡି ଖୋଲା ହୋଇଛି । ସରକାରୀ ବିଦୁ୍ୟତ୍ ଅପଚୟ ହେଉଛି, ରୋଗୀ ଆସିଛନ୍ତି କିନ୍ତୁ ଡାକ୍ତରଙ୍କ ଦେଖା ନାହିଁ । ଏହି ସମୟରେ ଜଣେ ଡାକ୍ତର ସରକାରୀ କ୍ୱାର୍ଟର ରେ ରୋଗୀ ଦେଖୁଛନ୍ତି । ଏହି ଘଟଣା ରେ ଅସ୍ତରଙ୍ଗ କପିଳେଶ୍ୱର ଯୁବ ପରିଷଦ ନିଜ ଏକ୍ସ ମାଧ୍ୟମରେ ପୁରୀ ଜିଲ୍ଲାପାଳ, ଜିଲ୍ଲା ସ୍ୱାସ୍ଥ୍ୟଧିକାରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ଓ ଯାହାର ଜିପିଏସ ଫୋଟୋ ଏହି ଅଭିଯୋଗ ଫର୍ଦ ରେ ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଇ ଅଛନ୍ତି, ଏହି ଘଟଣା ଉପରେ ଆମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ସଞ୍ଜୟ ପ୍ରଧାନଙ୍କୁ ଯୋଗାଯୋଗ କରି ମତାମତ ମାଗିଥିଲୁ କିନ୍ତୁ ସେ ଏ ବିଷୟରେ ଅବଗତ ନାହାନ୍ତି କହିଥିଲେ । ଏବେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ଅଭିଯୋଗ ପଛରେ କେତେ ସତ୍ୟତା ରହିଛି ତାହା ଅଭିଯୋଗର ଯାଞ୍ଚ ପରେ ଜଣାପଡିବ ।