ବେଧଡକ ଚାଲିଛି ଜୁଆ ଖେଳ, ନିଷ୍କ୍ରିୟ ପୁଲିସ

ତାଳଚେର : ବିକ୍ରମପୁର ଥାନା ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ରହିଥିବା ତେହରାନପୁର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଖୋଲମଖୁଲା ଭାବେ ଜୁଆଖେଳ ଚାଲିଥିବା ଅଭିଯୋଗ ହୋଇଛି । ତେବେ ଶିକ୍ଷାନୁଷ୍ଠାନ ନିକଟରେ ଜୁଆଖେଳ ଓ ମଦ୍ୟପୀଙ୍କ ଆଡ୍ଡାସ୍ଥଳୀ କିଏ ଓ କାହାର ସ୍ୱାର୍ଥପାଇଁ ନିର୍ଭିକ ଭାବେ ସେମାନେ ଏହି ବେଆଇନ କାର୍ଯ୍ୟ କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଯୋରଧରିଛି । ତେବେ କମଳମତୀ ଛାତ୍ରଛାତ୍ରୀଙ୍କ ଉପରେ ଏହି ଜୁଆଖେଳର କୁପ୍ରଭାବ ପକାଇବ ବୋଲି ସେଠିକାର ଅଂଚଳବାସୀ ଏହା ମତପ୍ରକାଶ କରିଛନ୍ତି । ତେବେ ଦିନ ଦ୍ୱିପ୍ରହରେ ଜୁଆଖେଳ ହେଉଥିବାରୁ କିପରି ପୁଲିସ୍‌ ପଞ୍ଝାରୁ ଏମାନେ କିପରି ମୁକୁଳି ଯାଉଛନ୍ତି? ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଛୋଟଛୋଟ ପିଲାଙ୍କୁ ପାଠ ପଢ଼ାଇବାକୁ ସେମାନଙ୍କ ଅଭିଭାବକମାନେ ଆଶଙ୍କା ପ୍ରକଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।