ମଦ ଜବତ, ୪ ଗିରଫ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚୋରା ମଦ ବିକ୍ରୟ ଉପରେ ମଙ୍ଗଳବାର ଭଣ୍ଡାରିପୋଖରୀ ଥାନା ପୁଲିସ ଓ ଅବକାରୀ ପୁଲିସ ମିଳିତ ଭାବେ ଚଡାଉ କରି ୮୦ ଲିଟର ଦେଶୀ ମଦ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି । ଜୋରାଗଡିଆ ଗ୍ରାମର ବେଆଇନ ମଦ ବିକ୍ରେତା ଗୁଣ୍ଠିଆ ଜେନା ଓ ଗୌରାଙ୍ଗ ଜେନା, ରଣଜିତ ଗ୍ରାମର ବେଆଇନ ମଦ ବିକ୍ରେତା ଦେବେନ୍ଦ୍ର ନାୟକ ଓ ଆକୁଲିକଣା ଗ୍ରାମର ବେଆଇନ ମଦ ବିକ୍ରେତା ରବିନ୍ଦ୍ର ସେଠୀଙ୍କୁ ଗିରଫ କରାଯାଇଛି । ଅବକାରୀ ପୁଲିସ ପକ୍ଷରୁ ୧୧୮,୧୧୯,୧୨୦ ଓ ୧୨୧/୨୦୨୫-୨୬ନଂ ମାମଲା ଋଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।