ପ୍ରତାପପୁର ପଞ୍ଚାୟତକୁ ନୂତନ ବ୍ଲକରେ ସାମିଲ ନ କରିବାକୁ ଦାବି

 ବଡ଼ସାହି  : ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ ବ୍ଲକ ହେଉଛି ବଡ଼ସାହି । ଉକ୍ତ ବ୍ଲକରେ ରହିଛି ୩୦ ପଞ୍ଚାୟତ । ୩ ଗୋଟି ଜିଲ୍ଲା ପରିଷଦ ଜୋନ୍ ଏହାର ଅନ୍ତର୍ଭୁକ୍ତ । ସାନକେରକୋ ୨୧ ନମ୍ବର ଜୋନ୍ ମଧ୍ୟରେ ରହିଥିବା ସମସ୍ତ ପଞ୍ଚାୟତକୁ ନେଇ ସାନକେରକୋ ଠାରେ ଏକ ନୂତନ ବ୍ଲକ ଗଠନ ପାଇଁ ଦାବି ଜୋର୍ ଧରିଲାଣି । ଉକ୍ତ ପ୍ରସ୍ତାବିତ ନୂତନ ବ୍ଲକରେ ସାମିଲ ନ ହେବା ପାଇଁ ପ୍ରଥମେ ବିରେଶ୍ୱରପୁର ପଞ୍ଚାୟତବାସୀ  ଦାବି ଉପସ୍ଥାପନ କରିଥିବାବେଳେ ଏବେ ନିକଟସ୍ଥ ପ୍ରତାପପୁର ପଞ୍ଚାୟତବାସୀ ଏଥିରେ ସାମିଲ ନ ହୋଇ ପୂର୍ବବତ୍ ବଡ଼ସାହି ବ୍ଲକ ଅଧଛନରେ ରହିବା ପାଇଁ ଦୃଢ଼ ଦାବି ଉପସ୍ଥାପନ କରିବା ସହ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ ଲିଖିତ ଅଭିଯୋଗ ଦେଇଛନ୍ତି । ବଡ଼ସାହି ବ୍ଲକ ମୁଖ୍ୟାଳୟକୁ ପ୍ରତାପପୁର ଠାରୁ ଦୂରତା ମାତ୍ର ୮ କିମି । ତେଣୁ ଉକ୍ତ ପଞ୍ଚାୟତକୁ ମୂଳ ବ୍ଲକରୁ ବାଦ୍ କରିବାର କୌଣସି କାରଣ ନ ଥିବା ସେମାନେ ଦର୍ଶାଇଛନ୍ତି ।