ବସ୍ ଧକ୍କାରେ ଛାତ୍ର ଆହତ

 କେନ୍ଦୁଝର: କେନ୍ଦୁଝର ସହର ଉପକଣ୍ଠ ବେବର୍ତ୍ତାପଶି ସ୍କୁଲ ନିକଟରେ ବସ୍ ଧକ୍କାରେ ଜଣେ ଛାତ୍ର ଆହତ ହୋଇ କେନ୍ଦୁଝର ମୁଖ୍ୟ ଚିକିସôାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ନେଲୁଙ୍ଗ ପଂଚାୟତ ମଥୁରାମଣ୍ଡଳୀ ଗ୍ରାମର ସ୍ୱର୍ଗତ କେଦାର ମୁଣ୍ଡାଙ୍କ ପୁଅ କୁନ୍ଦନ ମୁଣ୍ଡା ଝାଡବେଲଦାସ୍ଥିତ ସନ୍ତୋଷୀ ମା’ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ସୋମବାର ଦିନ ସକାଳ ୯ଟା ୩୦ରେ ସାଇକେଲରେ ବିଦ୍ୟାଳୟକୁ ଯିବା ବାଟରେ ବେବର୍ତ୍ତାପଶି  ନିକଟରେ ଥିବା ଅନ୍ୱେଷା ହଷ୍ଟେଲ ସମ୍ମୁଖରେ ଯଶୋଦା ନାମକ ବସ୍ ତାଙ୍କୁ ଧକ୍କା ଦେଇ ସାଇକେଲକୁ ଚାପି ଦେଇଥିଲା । ଆହତ ଛାତ୍ରଙ୍କୁ ସଙ୍ଗେ ସଙ୍ଗେ ବସ ଡ୍ରାଇଭର କେନ୍ଦୁଝର ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିବା ଜଣାପଡିଛି । ସଦର ପୁଲିସ ଦୁର୍ଘଟଣା ଘଟାଇଥିବା ବସକୁ ଜବତ୍ କରି ତଦନ୍ତ କରୁଛି ।