ଭୁବନ ଏନ୍ଏସି ଅଧ୍ୟକ୍ଷ ବହିଷ୍କୃତ
ଭୁବନ : ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ପଦ ମର୍ଯ୍ୟାଦାର ଅପବ୍ୟବହାର କରିବା ଅଭିଯୋଗରେ ବୁଧବାର ବହିଷ୍କୃତ ହୋଇଛନ୍ତି। ଢେଙ୍କାନାଳ ଜିଲାପାଳଙ୍କ ନିକଟରେ ଅଧ୍ୟକ୍ଷଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଓଡ଼ିଶା ମ୍ୟୁନିସିପାଲ ଆଇନ ୧୯୫୦ (୧୯୫୦ର ଓଡ଼ିଶା ଆଇନ ୨୩)ର ଧାରା ୫୩ର ଉପଧାରା (୧) ଅନୁଯାୟୀ ତଦନ୍ତ କରାଯାଇଥିଲା। ତେବେ ଅଧ୍ୟକ୍ଷଙ୍କୁ ରାଜ୍ୟ ସରକାର କାହିଁକି ବହିଷ୍କାର କରିବେ ନାହିଁ ବୋଲି ଜବାବ ରଖିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୮ ଜୁନ ୨୦୨୫ରେ ନୋଟିସ୍ କରାଯାଇଥିଲା।