ବ୍ୟାନର ଲଗାକୁ ନେଇ ଛାତ୍ର ଅଶାନ୍ତି 

 ଭଦ୍ରକ : ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଗେଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଭିନ୍ନ ପ୍ରକାରର ବ୍ୟାନର ଲଗେଇବାକୁ ନେଇ ଛାତ୍ର ଅଶାନ୍ତି ହୋଇଛି । ଘଟଣାସ୍ଥଳରେ ଟାଉନ ପୁଲିସ ମୁତୟନ ହୋଇଛନ୍ତି  । ଗତ ଗଣେଶ ପୂଜା ସମୟରେ ଗୋଟିଏ ଗୋଷ୍ଠୀ କଲେଜ ଗେଟ ସମ୍ମୁଖରେ ଏକ ବ୍ୟାନର ଲଗାଇଥିଲେ । ଯେଉଁଥିରେ କିଲର ଗ୍ରୁପ ଲେଖା ଯାଇଥିବାରୁ ଏହାନେଇ ପ୍ରତିବାଦ ହେବାରୁ ସେ ବ୍ୟାନର ଖୋଲାଯାଇଥିଲା ।  ପରେ ଅନ୍ୟ ଗୋଷ୍ଠୀ ଅନ୍ୟ ଏକ ବ୍ୟାନର ଲଗାଇଥିଲେ ଯେଉଁଥିରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଲେଖାଯାଇଥିଲା ।  ଏଥିରେ କିନ୍ତୁ ଗେରୁଆ ରଙ୍ଗ ଥିବାରୁ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ । ଗତକାଲି ଠାରୁ ଛାତ୍ର ମାନେ ବିରୋଧ କରି ରାତି ସାରା କଲେଜ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ଭଦ୍ରକ କଲେଜରେ ନିର୍ଦ୍ଦିଷ୍ଟ ଏକ ଦଳର ରଙ୍ଗର ବ୍ୟାନର ଲଗାଯିବା ଫଳରେ  ଚାପା ଉତ୍ତେଜନା ସହ  ଛାତ୍ର ଅଶାନ୍ତି ଲାଗୀରହିଛି ।