ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
ଉମରି ଦଳ ବିଜୟ :
ନବରଙ୍ଗପୁର : ନବରଙ୍ଗପୁର ଟାଉନ ଫୁଟବଲ୍ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ କଲେଜ ଫୁଟବଲ୍ ପଡ଼ିଆରେ ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ଉପସଭାପତି ଏମ ବାଳକୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଏବଂ ପ୍ରାକ୍ତନ ଫୁଟବଲ୍ ଖେଳାଳୀ ରାକେଶ ଗୁପ୍ତା ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ଉସôାହିତ କରିଥିଲେ । ଏକ ସଂଘର୍ଷମୟ ଉଦ୍ଘାଟନୀ ମ୍ୟାଚରେ କୋରାପୁଟ ଜିଲ୍ଲା ଉମରି ଦଳ ନବରଙ୍ଗପୁର ଜିଲ୍ଲା ଗ୍ଲାଡ଼ିଏଟର ଏଫ୍ସି ଦଳକୁ ୨-୦ ଗୋଲରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି । ଆଜିର ଉଦ୍ଘାଟନୀ ମ୍ୟାଚରେ ରେଫରି ଭାବରେ ଲାଲୁ ହରିଜନ, ଲାଇନ୍ ରେଫେରି ଚନ୍ଦନ ଗରଡା, ବିଜୟ ନାୟକ ପରିଚାଳନା କରିଥିବାବେଳେ ପ୍ରଥମ ଥର ପାଇଁ ମହିଳା ରେଫରୀ ଭାବରେ ରାଇଲା ଭତରା ଏବଂ ଆରତୀ ହରିଜନ ସହଯୋଗ କରିଥିଲେ ।