ତାରାତାରିଣୀ ପୀଠରେ ଅନ୍ନ ପ୍ରସାଦ ବ୍ୟବସ୍ଥା

 ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ପୀଠରେ ଭକ୍ତଙ୍କ ପାଇଁ ଅଟୋମେଟିକ୍ ଅନ୍ନ ପ୍ରସାଦ ବ୍ୟବସ୍ଥାର ଶୁଭାରମ୍ଭ କଲେ ଜିଲ୍ଲାପାଳ  । ଏଣିକି ଶ୍ରଦ୍ଧାଳୁମାନେ ମାଆଙ୍କ ପୀଠକୁ ଦର୍ଶନ ପାଇଁ ଆସିଲେ ସୁବିଧାରେ ପ୍ରସାଦ ପାଇପାରିବେ  । ଏନେଇ ପ୍ରସାଦ ବଣ୍ଟନର ଶୁଭାରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ  । ଭକ୍ତଙ୍କ ସୁବିଧା ପାଇଁ ହାଇଜିନିକ୍ ପ୍ରସାଦ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି  । ମାଆଙ୍କ ପୀଠରେ ପ୍ରଥମ ଥର ପାଇଁ ଏଭଳି ପ୍ରସାଦ ବ୍ୟବସ୍ଥା ଆରମ୍ଭ ହୋଇଥିବା ମନ୍ଦିର ଟ୍ରଷ୍ଟି କହିଛନ୍ତି  । ପ୍ରସାଦରେ ଅନ୍ନ ସହ ଡାଲି, ତରକାରୀ, ଖଟା, ଖୁରୁମା, ଖିରି ଉପଲବ୍ଧ ଥିବା ସେବକ କହିଛନ୍ତି  । ମାଆଙ୍କ ପୀଠରେ ପୂର୍ବରୁ ପ୍ରସାଦ ବ୍ୟବସ୍ଥା ନଥିଲା  । ଏବେ ଏପରି ବ୍ୟବସ୍ଥା ଉପଲବ୍ଧ ହୋଇଥିବାରୁ ବହୁତ ଖୁସି ଲାଗୁଛି ବୋଲି ଜଣେ ଭକ୍ତ କହିଛନ୍ତି  ।