ସୁପ୍ରିମକୋର୍ଟରେ ବୁଲା କୁକୁର ମାମଲା : ଆଜି ସ୍ୱତନ୍ତ୍ର ବେଞ୍ଚରେ ଶୁଣାଣି


 ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆର ବୁଲା କୁକୁର ମାମଲାକୁ ତିନି ଜଣିଆ ଖଣ୍ଡପୀଠଙ୍କୁ ପଠାଇଛନ୍ତି ସୁପ୍ରିମକୋର୍ଟ  । ଆସନ୍ତାକାଲି ସ୍ୱତନ୍ତ୍ର ଖଣ୍ଡପୀଠ ଏହାର ଶୁଣାଣି କରିବେ  । ଅପରପକ୍ଷରେ ୮ ସପ୍ତାହ ମଧ୍ୟରେ ୫ ହଜାର ବୁଲା କୁକୁରଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଦିଲ୍ଲୀ ସରକାରଙ୍କୁ ନିଦେ୍ର୍ଦଶ ଦିଆଯାଇଛି  । 
ଆସନ୍ତାକାଲି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ୍ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ  । ବୁଲା କୁକୁର ପ୍ରସଙ୍ଗରେ ଏକାଧିକ ପିଟିସନର ଖଣ୍ଡପୀଠ ବିଚାର କରିବେ  । ଏଯାବତ୍ ୪ଟି ମାମଲା ହୋଇଛି  । ଗତ ସୋମବାର ବୁଲା କୁକୁରଙ୍କୁ ଧରି ବନ୍ଧ୍ୟାକରଣ କରିବାକୁ ଦିଲ୍ଲୀ ମହାନଗର ନିଗମ ଓ ଏନସିଆର ପ୍ରଶାସନକୁ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଥିଲେ ।  ସେହିପରି କୁକୁରଙ୍କ ପାଇଁ ଏନସିଆର, ଏନଡ଼ିଏମସି, ନୋଏଡ଼ା, ଘାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦ ପ୍ରଶାସନକୁ କୁକୁରଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ  । ସେହିପରି ବୁଲା କୁକୁରଙ୍କ ପାଇଁ ସେଠାରେ ଆବଶ୍ୟକୀୟ ବନେ୍ଦାବସ୍ତ କରିବାକୁ ବି କୁହାଯାଇଛି  ।