ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ ବିଏମସିର କୁକୁର ଗଣନା

ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ ବିଏମସିର କୁକୁର ଗଣନା

ଭୁବନେଶ୍ବର : ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ ବିଏମସି ପକ୍ଷରୁ କୁକୁର ଗଣନା । ଭୋର ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି । ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି ବିଏମସି କମିସନର ଚଞ୍ଚଳ ରାଣା କହିଛନ୍ତି । ସଫେଇ କର୍ମୀ, ସ୍ଵଛସାଥୀଙ୍କ ସହ ବିଏମସି ଅଧିକାରୀମାନେ ମଧ୍ୟ କୁକୁର ଗଣନା କାର୍ଯ୍ୟରେ ସାମିଲ ହେବେ । ଗଣନା ପୂର୍ବରୁ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ସପ୍ତାହେରୁ ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଏହି ଗଣନା ଶେଷ ହେବ । ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତି ୱାର୍ଡରେ ଏକକାଳୀନ ଗଣନା ହେବ ଏବଂ ପ୍ରତି ୱାର୍ଡ ପାଇଁ ୩ ରୁ ୪ ଜଣ ଅଧିକାରୀ କୁକୁର ନିୟୋଜିତ ହେବେ । ଏହି ଗଣନା ପରେ କେଉଁ ଅଞ୍ଚଳରେ କେତେ କୁକୁର ଅଛନ୍ତି ଜଣାପଡ଼ିବ।