ପୁଲିସ ହ୍ୟାଣ୍ଡବଲ ଓ କବାଡି ପ୍ରତିଯୋଗିତାର ଚତୁର୍ଥ ଦିନ

 କେନ୍ଦୁଝର : ବୁଧବାର କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମ ଠାରେ ଫ୍ଲଡ଼ ଲାଇଟ ଏବଂ ସିନ୍ଥେଟିକ ଗ୍ରାଉଣ୍ଡରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ କେନ୍ଦୁଝର ପୁଲିସ ଆନୁକୂଲ୍ୟରେ ଅନୁଷ୍ଠିତ ୭୮ତମ ରାଜ୍ୟ ପୁଲିସ କବାଡି ଓ ଦଶମ ହ୍ୟାଣ୍ଡବଲ ପ୍ରତିଯୋଗିତାର ଚତୁର୍ଥ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ହ୍ୟାଣ୍ଡବଲ ଷ୍ଟାଡିୟମର ୨ ନମ୍ବର କୋର୍ଟରେ ସିନ୍ଥେଟିକ ମ୍ୟାଟରେ ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ଆଜିର ପ୍ରଥମ କବାଡି ଖେଳରେ ଗ୍ରୁପ ସି ରେ ସୁନ୍ଦରଗଡ଼ ଜିଲ୍ଲା ୩୫ ପଏଣ୍ଟ ହାସଲ କରିଥିବା ବେଳେ ଓଏସଏପି ପଞ୍ଚମ ବାଟାଲିୟନ ବାରିପଦା ୧୪ ପଏଣ୍ଟ ହାସଲ କରିଛି ଏବଂ ସୁନ୍ଦରଗଡ଼ ଜିଲ୍ଲା ୨୧ ପଏଣ୍ଟରେ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି । ଦ୍ୱିତୀୟ ମ୍ୟାଚରେ ଗ୍ରୁପ ଡି ରେ ଅଷ୍ଟମ ଏସଆଇଆର ବାଟାଲିୟନ, ଭଞ୍ଜନଗର ୪୭ ପଏଣ୍ଟ ହାସଲ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲା ୪୨ ପଏଣ୍ଟ ହାସଲ କରିଛି ଏବଂ ଭଞ୍ଜନଗର ୫ ପଏଣ୍ଟରେ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି । ତୃତୀୟ ମ୍ୟାଚରେ ଗ୍ରୁପ ଏ ରେ ଗତବର୍ଷର ଚମ୍ପିୟାନ ଓଏସଏପି ଷଷ୍ଠ ବାଟାଲିୟନ, କଟକ ୩୭ ପଏଣ୍ଟ ହାସଲ କରିଥିବା ବେଳେ ପଞ୍ଚମ ଆଇଆର ବାଟାଲିୟନ ବୌଦ୍ଧ ୨୦ ପଏଣ୍ଟ ହାସଲ କରିଛି ଏବଂ ଷଷ୍ଠ ବାଟାଲିୟନ କଟକ ୧୭ ପଏଣ୍ଟରେ ବିଜୟୀ ହେବା ସହ ପୁରା ପଏଣ୍ଟ ହାସଲ କରିଛି କ୍ଷ ଚତୁର୍ଥ ମ୍ୟାଚରେ ଗ୍ରୁପ ବି ରେ ଚତୁର୍ଥ ଆଇଆର ବାଟାଲିୟନ ଦେଓଗଡ ୨୯ ପଏଣ୍ଟ ହାସଲ କରିଥିବା ବେଳେ ଗଜପତି ଜିଲ୍ଲା ୩୫ ପଏଣ୍ଟ ହାସଲ  କରିଛି ଏବଂ ଗଜପତି ଜିଲ୍ଲା ୬ ପଏଣ୍ଟରେ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି  । ସେହିପରି ପଞ୍ଚମ ମ୍ୟାଚରେ ଗ୍ରୁପ ସି ର ଏକ ଖେଳରେ ଓଏସଏପି ତୃତୀୟ ବାଟାଲିୟନ କୋରାପୁଟ ଏବଂ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟରେ ଅନୁଷ୍ଠିତ ଖେଳକୁ କୌଣସି କାରଣରୁ ବାତିଲ କରାଯିବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି । ଏହି ପ୍ରତିଯୋଗିତା ଆରମ୍ଭ ହେବା ପୂବରୁ ଉଭୟ କବାଡି ଏବଂ ହ୍ୟାଣ୍ଡବଲ ଦଳର ଖେଳାଳି ମାନଙ୍କ ସହ ଅତିଥି କେନ୍ଦୁଝର ଏସପି ନିତିନ କୁଶଲକର, ଅତିରିକ୍ତ ଏସପି ପ୍ରତୁ୍ୟଷ ମହାପାତ୍ର, ଓଏସଏପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡାର ଡେପୁଟି କାମାଣ୍ଡାଣ୍ଟ ଭବାନୀ ଶଙ୍କର ସେଠ, କେନ୍ଦୁଝର ଟାଉନ ପୁଲିସ ଷ୍ଟେସନ ଆଇଆଇସି ଶ୍ରୀକାନ୍ତ ସାହୁ ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ଯୁଗ୍ମ ସମ୍ପାଦକ ତଥା ରାଜ୍ୟର ବରିଷ୍ଠ କ୍ରିକେଟ ଅମ୍ପକ୍ଷୟାର ସଂଗ୍ରାମ ପଟ୍ଟନାୟକଙ୍କ ସହ ପରିଚିତ କରାଇ ଦିଆଯାଇଥିଲା । ଏହି ଚମ୍ପିୟାନସିପରେ କବାଡିରେ ଶୁଭେନ୍ଦୁ ପ୍ରସାଦ ଧୀର ଓ ହ୍ୟାଣ୍ଡବଲରରେ ଶ୍ରୀକାନ୍ତ ନାୟକ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ ।