ପାନୀୟ ଜଳ ବିଭାଗ ସଚିବଙ୍କ ବିଷମକଟକ ଗସ୍ତ  : ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

 ରାୟଗଡ/ବିଷମକଟକ:  ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଗିରିଶ ଏସଏନ ଗୁଣପୁର ଉପଖଣ୍ଡର ବିଷମକଟକ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ସଚିବ ଶ୍ରୀ ଗିରିଶ ବିଷମକଟକ ପହଞ୍ଚô ପ୍ରଥମେ ଚାଟିକଣା ଠାରେ ଥିବା ଡଙ୍ଗରିଆ ସାଲ୍ ତାଲିମ୍ କେନ୍ଦ୍ର ଯାଯାବର ପରିଦର୍ଶନ କରି ଡଙ୍ଗରିଆ କନ୍ଧ ମା’ମାନଙ୍କ କଥା କଥା ହୋଇ ସେମାନଙ୍କ ବ୍ୟବସାୟ କେମିତି ଚାଲିଛି ପଚାରି ବୁଝିଥିଲେ । ତାପରେ ଓରମାସର ତେନ୍ତୁଳି ପ୍ରୋସେସିଂ ୟୁନିଟ ଓ ସପୁରି ପ୍ରସେସିଂ ୟୁନିଟ ପରିଦର୍ଶନ କରି ଏହାକୁ କିପରି ଅଧିକରୁ ଅଧିକା ୟୁନିଟ ଖୋଲାଯିବା ତା’ ଉପରେ ଆଲୋକପାତ କରିଥିଲେ । ଏହା ପରେ କୁଲି ପଞ୍ଚାୟତର ଖମ୍ବେଶି ଗ୍ରାମକୁ ପରିଦର୍ଶନ କରି ନୂତନ ଭାବେ ନିର୍ମାଣ ଚାଲିଥିବା ପ୍ରଧାନମନ୍ତ୍ରୀ-ଜନମାନ ଘର ଗୁଡ଼ିକୁ ତୁରନ୍ତ ସାରିବାକୁ ନିଦେ୍ର୍ଦଶ ଦେଇଥିଲେ । ପରେ ବିଷମକଟକ ବ୍ଲକର ଥୁଆପଡ଼ି ଠାରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରି ବକେୟା କାମ ସବୁ ଶୀଘ୍ର ସାରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଶେଷରେ ରାୟଗଡ଼ା ସଦର ବ୍ଲକକୁ ଗସ୍ତ କରି କୁଲି ପଞ୍ଚାୟତ ଅନ୍ତର୍ଗତ ଥିବା ଶିଶୁ ଉଦ୍ୟାନ (ପାର୍କ) ଏବଂ କଲ୍ୟାଣ ମଣ୍ଡପ ପରିଦର୍ଶନ କରି ଫେରିଥିଲେ । ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ  ଅଭିଷେକ କୁଲକର୍ଣି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ  ଦୁଧାଲ ଅଭିଷେକ ଦିଲିପ, ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଶିବ ପ୍ରସାଦ ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ  ସୁଜିତ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।