ସାର ଯୋଗାଣ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା 

 ଛତ୍ରପୁର :  ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ହଲ ଠାରେ ଜିଲ୍ଲାରେ ସାରର ସୁଗମ ଯୋଗାଣ ଓ ବିକ୍ରମ ପାଇଁ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚାଷୀମାନଙ୍କୁ ସୁଚାରୁ ରୂପେ ସାର ଯୋଗାଇବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ଏହା ସହିତ ବିକ୍ରୟ କେନ୍ଦ୍ର(ଘରୋଇ) ଗୁଡିକରେ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ସାର ପ୍ରଦାନ କରିବାକୁ କୁହାଯାଇଛି, ଏହା ସହିତ ଯେଉଁ ଚାଷୀମାନେ ସାର ପାଇଁ ନାହାନ୍ତି ସେମାନଙ୍କୁ ପ୍ରଥମେ ପ୍ରାଧାନ୍ୟ ଦେବାକୁ କୁହାଯାଇଛି । ଯେଉଁ ପ୍ୟାକସ୍ କିମ୍ବା ବିକ୍ରୟ କେନ୍ଦ୍ର ଗୁଡିକରେ ଅଧିକ ସାର ଗଚ୍ଛିତ ଅଛି, ଆବଶ୍ୟକ ପଡିଲେ ଅନ୍ୟ ପ୍ୟାକସ୍ କିମ୍ବା ବିକ୍ରୟ କେନ୍ଦ୍ରକୁ ଟ୍ୟାଗ କରାଯିବ, ସମବାୟ ଓ କୃଷି ବିଭାଗର ସମନ୍ୱୟ ରଖି ଚାଷୀ ମାନଙ୍କୁ ଉପଯୁକ୍ତ ଭାବେ ସାର ପ୍ରଦାନ ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଉଛନ୍ତି । ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ଆହୁରି ଅଧିକା ସାର ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଭାରପ୍ରାପ୍ତ ଡିଆରସିଏସ ଯୋଗମାୟା ସାବତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।