ନଦୀରେ ଭାସିଯାଇ ନିଖୋଜ  ଥିବା ଯୁବକର ମୃତଦେହ ଉଦ୍ଧାର

 ସାଲେପୁର :  ବିରୂପା ନଦୀକୁ ଗାଧୋଇବାକୁ ଯାଇ ନଦୀପାଣିରେ ଭାସିଯାଇ ନିଖୋଜ ଥିବା  ଯୁବକର ମୃତ ଦେହକୁ ୪୮ଘଣ୍ଟାପରେ ଠାବ କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ସାଲେପୁର ଥାନା ଅନ୍ତର୍ଗତ କୁକୁଡାଙ୍ଗ ଗ୍ରାମର ବିଭୁପ୍ରସାଦ କାନୁନଗୋ (୩୬) ଗତ ୭ତାରିଖ ଅପରାହ୍ନରେ ବିରୂପା ନଦୀକୁ ଗାଧୋଇବାକୁ ଯାଇ ନଦୀ ପାଣିରେ ଭାସି ନିଖୋଜ ହୋଇଯାଇଥିଲେ । ଉକ୍ତ ସମୟ ଠାରୁ ସାଲେପୁର ଦମକଳ ବାହିନୀ ଓଡ୍ରାଫ ଟିମ୍ ଓ ସାଲେପୁର ପୋଲିସ୍ ନଦୀପାଣିରେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ବିଭୁପ୍ରସାଦ କାନୁନଗୋଙ୍କ ପର୍ତ୍ତା ମିଳିନଥିଲା । ଘଟଣା ଘଟିବାର ୪୮ଘଣ୍ଟା ପରେ ଆଜି ସକାଳୁ ଜୟପୁର ଫାଣ୍ଡି ନିକଟସ୍ଥ ବିରୂପା ନଦୀରୁ ଭାସୁଥିବା ଅବସ୍ଥାନରେ ବିଭୁପ୍ରସାଦ କାନୁନଗୋ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ଜୟପୁର ଫାଣ୍ଡି ପୋଲିସ୍ ଶବଟିକୁ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ ପାଇଁ କଟକ ପଠାଇଥିବା ଜଣାଯାଇଛି । ବିଭୁପ୍ରସାଦଙ୍କ ମୃତୁ୍ୟଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।