ଦଳ ଠିକ୍ ଭାବେ ନଚାଲିଲେ ଛାଡିବି : ପ୍ରଫୁଲ୍ଲ
ବିଜେଡି ପରିଚାଳନାକୁ ନେଇ ପ୍ରଫୁଲ୍ଲଙ୍କ ନିଶାନା । ଦେବାଶିଷ, ରଣେନ୍ଦ୍ର, ଅରୁଣ, ଭୂପିନ୍ଦରଙ୍କ ପରେ ଟାର୍ଗେଟ କଲେ ଅରୁଣ । ଆଗକୁ ଯଦି ଦଳ ଠିକ୍ ନଭାବେ ଚାଲେ ତେବେ ଦଳଠାରୁ ଦୂରେଇ ଯିିବି ବୋଲି କହିଛନ୍ତି ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ସେ କହିଛନ୍ତି ମୁଁ ଏଯାଏଁ ବିଜେଡିରେ ଅଛି କିନ୍ତୁ ସାଂଗଠନିକ କାର୍ଯ୍ୟରେ ଯୋଗ ଦେଉନାହିଁ । ବିଜେଡି ସଠିକ୍ ଭାବରେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ । ପୂର୍ବ ବିଚାରଧାରାରେ ଦଳ ନାହିଁ ବୋଲି କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ ୍ା ଦଳକୁ ସଂଗଠିତ କରିବାକୁ ପିଏସି, ଶୃଙ୍ଖଳା କମିଟି ପାଇଁ କହିଥିଲୁ ,ହୋଇଛି .....ା ଅନ୍ୟ ପ୍ରସ୍ତାବଗୁଡିକ ଦଳରେ ଗ୍ରହଣ କରାଯାଇ ନାହିଁ । ମୋ ସହିତ କେହି ଆଲୋଚନା କରିନାହାଁନ୍ତି କି ମୁଁ କାହାକୁ ଭେଟି ନାହିଁ । ବର୍ତ୍ତମାନ ନୂଆ ବିଜେଡି ଗଠନର ସମୟ ନୁହେଁ , ପୁରୁଣାର ସଠିକ୍ ପରିଚାଳନା ଦରକାର ।