ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ରାୟଗଡ଼ା: ରାୟଗଡ଼ା ସହର ନିକଟ ଯାଫାଖାଲରେ ଘଟିଛି ଦୁର୍ଘଟଣା । ଏଥିରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଜରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ବିପରୀତ ଦିଗରୁ ଆସୁଥିବା ମେଟାଲ୍ ବୋଝେଇ ହାଇୱା ସହ ଏକ ବୁଲେଟ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିସôିଳୟରେ ଭର୍ତ୍ତି ହୋଇଛନ୍ତି । ମୃତ ବାଇକ୍ ଆରୋହୀ ଜଣକ ହେଲେ ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳର ବିଶ୍ୱାଳ ତାଣ୍ଡି । ଆଜି ୧୨ଟା ସମୟରେ ମୃତ ବିଶ୍ୱାଳ ତାଣ୍ଡି ଓ ତାଙ୍କ ସଂପର୍କୀୟ ଅକ୍ଷୟ ସିମିଲି ରାୟଗଡାରୁ ଟିକିରି ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବିଶ୍ୱାଳ ମୃତୁ୍ୟବରଣ କରିଥିଲେ । ପରେ ସ୍ଥାନୀୟ ଲୋକେ ଗୁରୁତର ଅକ୍ଷୟଙ୍କୁ ଜିଲ୍ଲା ମୁଖ୍ୟ ଚିକିସôିଳୟରେ ଭର୍ତ୍ତି କରିଥିଲେ ।