ଯିଏ ଜଗତର କଲ୍ୟାଣ ଚାହେଁ, ସେହି ସନ୍ଥ: ଗୌରହରି

 ସମ୍ବଲପୁର : କେନ୍ଦ୍ର ସାହିତ୍ୟ ଅକାଦେମୀ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଓ ଭୀମ ଭୋଇ ଗବେଷଣା କେନ୍ଦ୍ର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ‘ଓଡ଼ିଆ ସନ୍ଥ ସାହିତ୍ୟ ପରମ୍ପରା’ ଶୀର୍ଷକରେ ଏକଦିବସୀୟ ଆଲୋଚନାଚକ୍ର ଏଲ୍ଡି-୧ରେ ଅନୁଷ୍ଠିତ ହୋଇଯାଇଛି  । ଉଦ୍ଘାଟନୀ ଅଧିବେଶନରେ ସଭାମୁଖ୍ୟ ଭାବେ ବିଶିଷ୍ଟ କଥାକାର ଗୌରହରି ଦାସ ମଞ୍ଚ ମଣ୍ଡନ କରିଥିଲେ  । ଅକାଦେମୀର ଭାରପ୍ରାପ୍ତ ଅଧିକାରୀ, କଲିକତା ଶାଖାର କ୍ଷେତ୍ରବାସୀ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ  । ଅକାଦେମୀ ସଦସ୍ୟ ଡ. ମନୋଜ କୁମାର ପଣ୍ଡା ସୂଚନା ପ୍ରଦାନ କରିଥିବା ବେଳେ ମୂଳଭାଷଣ ପ୍ରଦାନ କରିଥିଲେ ପ୍ରଫେସର କାଳିଦାସ ମିଶ୍ର  । ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପିଜିସି ପ୍ରଫେସର ଜ୍ଞାନରଞ୍ଜନ ସ୍ୱାଇଁ ଓ ବିତ୍ତ ନିୟନ୍ତ୍ରକ ଜଗନ୍ନାଥ ରାଉତ ମଞ୍ଚାସୀନ ଥିଲେ  । ସମଗ୍ର ଅଧିବେଶନକୁ ଭୀମ ଭୋଇ ଗବେଷଣା କେନ୍ଦ୍ରର ମୁଖ୍ୟ ଡ. ରଞ୍ଜନ ସେଠୀ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ  ।
ପ୍ରଥମ ଅଧିବେଶନ ପ୍ରଫେସର ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅଧ୍ୟାପକ ଅଖିଳ ବିଶ୍ୱାଳ, ଡ. ଦ୍ୱାରିକାନାଥ ନାୟକ, ସଂଘମିତ୍ରା ମିଶ୍ର ପ୍ରବନ୍ଧ ପାଠ କରିଥିଲେ  । ଶେଷରେ ଡ. ପରୀକ୍ଷିତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ  । ଦ୍ୱିତୀୟ ଅଧିବେଶନ ପ୍ରଫେସର ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଡ. ସୌରଭ ରଞ୍ଜନ ଖମାରୀ, ଡ. ଶେଷନ ବିଶି ପ୍ରବନ୍ଧ ପାଠ କରିଥିବାବେଳେ ଡ. ଲିପିକା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ  । କାର୍ଯ୍ୟକ୍ରମକୁ ବିଭିନ୍ନ ବିଭାଗର ବିଭାଗ ମୁଖ୍ୟ ଅଧ୍ୟାପକ, ଅଧ୍ୟାପିକା, ସମ୍ବଲପୁରର ସାହିତି୍ୟକ ବୁଦ୍ଧିଜୀବୀ ଉପସ୍ଥିତ ରହି ସଫଳ କରିଥିଲେ । ଏଥିରେ ମହିମା ଧର୍ମର ବହୁ ସାଧୁ ସନ୍ଥ ଯୋଗଦେଇ ପଦୀପ ପ୍ରଜ୍ଜ୍ୱଳନ କରିବା ସହ ଜଗତର ମଙ୍ଗଳ କାମନା କରି ଭଜନ ପରିବେଷଣ କରିଥିଲେ ।