ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଅଧିବେଶନ

 ଭଦ୍ରକ : ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମ·ରୀ ସଂଘର ସମ୍ମିଳନୀ କକ୍ଷ “ନିତ୍ୟାନନ୍ଦ ଭବନ”, କୁଆଁସ ଠାରେ ସଂଘର ସପ୍ତମ ଅଧିବେଶନ କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ନାୟକ, ଯୁଗ୍ମ ସଂପାଦକ ଅଜିତ କୁମାର ନାୟକ, ନିମନ୍ତ୍ରିତ ଅତିଥି ପ୍ରକାଶ ଚନ୍ଦ୍ର ବିଶୋଇ ଓ ଦେବାଶିଷ ପୁହାଣ ଯୋଗ ଦେଇଥିଲେ । ସଂଘର ଅନ୍ୟତମ ସଦସ୍ୟ ମଦନମୋହନ ନାୟକ ଗତ ମାସର ବିବରଣୀ ପାଠ କରିଥିଲେ ଓ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ସଦସ୍ୟ ଚନ୍ଦ୍ରମୋହନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରକାର ବାର୍ଦ୍ଧକ୍ୟଜନିତ ରୋଗରୁ ଆୟୁର୍ବେଦିକ ଔଷଧ ବ୍ୟବହାର କରିବା ଦ୍ୱାରା କିପରି ଆରୋଗ୍ୟ ଲାଭ କରୁଛନ୍ତି ସେ ବିଷୟରେ ମଞ୍ଚାସୀନ ଅତିଥି ସୋମନାଥ ନାୟକ ନିଜ ଅନୁଭୂତିରୁ ବୁଝାଇ କହିଥିଲେ । ଆୟୁର୍ବେଦିକ ଡାକ୍ତର ପ୍ରକାଶ ଚନ୍ଦ୍ର ବିଶୋଇ ଓ ଦେବାଶିଷ ପୁହାଣ ଛତୁରୁ ପ୍ରସ୍ତୁତ “ଜ୍ଞାନଡର୍ମା” ଔଷଧ ଦ୍ୱାରା ବାର୍ଦ୍ଧକ୍ୟ ଜନିତ ଆଣ୍ଠୁଗଣ୍ଠି ବ୍ୟାଧି ସହଜରେ ଉପଶମ ହୋଇପାରିବ ବୋଲି କହିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସଭ୍ୟ ରମାକାନ୍ତ ନାୟକ ।