ବିଦ୍ୟାଳୟକୁ ଫେରିଲେ ଡ୍ରପଆଉଟ ଛାତ୍ରୀଛାତ୍ର 

ବ୍ରହ୍ମବରଦା : ସମ୍ପ୍ରତି ସମୟରେ ବିଦ୍ୟାଳୟ ମାନଙ୍କରେ ଡ୍ରପଆଉଟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ସେହି ପିଲା ମାନଙ୍କୁ ଶିକ୍ଷା ଅଧିକାର ସମ୍ପର୍କରେ ବୁଝାଇବା ସହିତ ସେମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଉଦ୍ୟମ କରିଛନ୍ତି ଜଣେ ଶିକ୍ଷକ । ସେ ହେଲେ ରସୁଲପୁର ବ୍ଲକ ବନ୍ଧଡିହ କ୍ଲଷ୍ଠର ଅଧୀନରେ ଥିବା ହାଜିରହିମିଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ବିଶ୍ୱାଳ । ଓସେପାର ନିଦେ୍ର୍ଦଶ ଅନୁଯାୟୀ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମରେ କମିଟିର ସଭାପତି ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ସଭ୍ୟା ଶିକ୍ଷୟିତ୍ରୀ ଶୁଭଶ୍ରୀ ସାହୁ, ପୁରାତନ ଛାତ୍ର ଅମୂଲ୍ୟ କୁମାର ରାଉତ, ପ୍ରଦିପ କୁମାର ଦାସ, ରାକେଶ ଦେଓ, ପରିଚାଳନା କମିଟି ସଭାପତି ଅନୱାର ଖାନ, ଶିକ୍ଷୟତ୍ରୀ ମମତା ମହାଳିକ, ଶକ୍ତିଶ୍ରୀ ପ୍ରିୟବାଦୀନି, ଶ୍ରୀମନ୍ତିନି ଜେନା, ମାମିନା ସେଠୀ, ଲକ୍ଷ୍ମିପ୍ରିୟା ନାୟକ ବ୍ରହ୍ମବରଦା ଅଞ୍ଚଳର ବିଭିନ୍ନ ସାହିରେ ଥିବା ୫ ଜଣ ଡ୍ରପଆଉଟ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କ ପିତାମାତାଙ୍କୁ ବୁଝାଇ ନିଜ ବିଦ୍ୟାଳୟକୁ ଫେରାଇ ଆଣି ନୂତନଭାବେ ନାମ ଲେଖାଇଛନ୍ତି । ଏଭଳି ପ୍ରୟାସକୁ ପରିବାର ଲୋକେ ସ୍ୱାଗତ ଜଣାଇଛନ୍ତି । ସୂଚନାଥାଉକି ଏହି ଛାତ୍ର ମାନେ ବିଭିନ୍ନ ଉପାୟରେ ରୋଜଗାରକ୍ଷମ ହେବାକୁ ପ୍ରୟାସ କରୁଥିବା ବେଳେ ଛାତ୍ରୀମାନେ ଘରେ ରହି ମାଙ୍କୁ ରୋଷେଇ କାର୍ଯ୍ୟରେ ସାହାଯ୍ୟ କରୁଥିବା ଜଣାପଡ଼ିଛି ।