ବୈଷୟିକ କୁହୁଡ଼ିରେ ଲୁପ୍ତ ମାନବିକତା
ଆଜିର ପ୍ରଯୁକ୍ତିବିଦ୍ୟା ପ୍ରଗତି ମଣିଷକୁ ଯୋଗାଇଥିବା ସୁବିଧା ଅପେକ୍ଷା ତାହାର ସମ୍ବେଦନଶୀଳତା ଓ ଆତ୍ମ-ସମ୍ବୋଧନକୁ ଅଧିକ ଦୁର୍ବଳ କରିଦେଇଛି । ଏହା ଏପରି ଯେପରି ମଣିଷ ନିଜ ଆତ୍ମଠାରୁ ନିର୍ବାସିତ ହୋଇଯାଇଛି । ଦୁଃଖର କଥା ସେ ଏହା ଅନୁଭବ ମଧ୍ୟ କରିପାରୁନାହିଁ । ଯଦି ମଣିଷ ସମୟର ଖୋଲା ଚେତାବନୀ ମଧ୍ୟରେ ଆତ୍ମ-ଆତ୍ମନିରୀକ୍ଷଣ, ନୀରବତା ତଥା ଆତ୍ମ-ବିବେକକୁ ପୁନର୍ଜୀବିତ ନ କରେ, ତେବେ ସେହି ଦିନ ବେଶୀ ଆଉ ଦୂର ନୁହେଁ ଯେତେବେଳେ ମଣିଷ ରୋବଟର ପ୍ରଚଳନ ଫଳରେ ଏଭଳି ଏକ ପରିପୂର୍ଣ୍ଣ ସମାଜରେ ପ୍ରାଣହୀନ ହୋଇଯିବ ।
ଏହା ଅବଶ୍ୟ ବୈଜ୍ଞାନିକ ବିଜୟର ସମୟ । ବୈଜ୍ଞାନିକ ଯାନ୍ତ୍ରିକ ମେସିନଗୁଡ଼ିକ ଦିନକୁ ଦିନ ଦ୍ରୁତରୁ ଦ୍ରୁତତର ହେବାରେ ଲାଗିଛି । ଏହି ମେସିନ୍ କାରନାମା ଆକର୍ଷଣୀୟ ମନେହୁଏ । କିନ୍ତୁ ମଣିଷ ହୃଦୟର କୋମଳତା ତା' ପାଖରେ କେଉଁଠାରୁ ବା ଆସିବ ? ଥଣ୍ଡା ମିଞ୍ଜାସର ଥିବା ଓ ଦ୍ୱନ୍ଦ୍ୱରେ ପଡ଼ିଥିବା ଲୋକମାନେ କ’ଣ ସମାଜରେ ସହିଷ୍ଣୁତା ରକ୍ଷା କରିପାରିବେ ? ଆଜି, ବୃଦ୍ଧ ହୁଅନ୍ତୁ କି ଯୁବକ, ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ ସ୍କ୍ରିନ୍ ଝଲସୁଛି, କିନ୍ତୁ ସେମାନଙ୍କର ବିବେକ ନିଷ୍କାସିତ ହେଉଛି । ଜୀବନର ଭାବନା ଦଶ ସେକେଣ୍ଡର ରିଲ୍ସରେ ହଜିଯାଉଛି । ବିଭିନ୍ନ ସମୟରେ ଜଣେ ବ୍ୟକ୍ତିଙ୍କ ସ୍ଥାନ ସଙ୍କୁଚିତ ହେଉଛି । ପରବର୍ତ୍ତୀ ଓ ଉଚ୍ଚÿ ପୂର୍ବ ପିଢ଼ିର ଚେତନା ପୁନରୁଦ୍ଧାର କରିବାର ଆବଶ୍ୟକତା ଅଛି, ନଚେତ୍ ଦାସତ୍ୱର ଇତିହାସ ପୁନରାବୃତ୍ତି ହେବ । ଏବେ ସମୟ ବିତାଉନାହିଁ, ବରଂ ସମୟ ଗିଳି ଖସେଇ ଦିଆଯାଉଛି । ଯାହାକୁ ଦେଖ ସେ କେବଳ ସବୁବେଳେ ମୋବାଇଲ୍ ଉପରେ ଆଙ୍ଗୁଠି ଚଲାଉଛି । ବୁଝିବା ଦରକାର ସମୟ ଆଉ ‘ଅଭିଜ୍ଞତା'ର ବସ୍ତୁ ନୁହେଁ, ବରଂ ‘ବ୍ୟବହାର'ର । ଏହା କେବଳ ଏକ ସାଂସ୍କୃତିକ ପରିବର୍ତ୍ତନ ନୁହେଁ, ବରଂ ଏହା ଜ୍ଞାନର ଅବନତି ଓ ଚେତନାର ଶୂନ୍ୟତାର ସମୟ । ଏ ବାବଦରେ ମଣିଷ ଆଉ କେବେ ପ୍ରଶ୍ନ ଉଠାଏ ନାହିଁ । ସେ ମେସିନ୍ ଓ ସୋସିଆଲ ମିଡିଆର ଶବ୍ଦରେ ସମସ୍ୟାକୁ ଅଦୃଶ୍ୟ କରିଦିଏ ଯେମିତି କିମ୍ବା ଏପରି କରିବାକୁ ଚାହୁଁଛି । ଏକାକୀତା ଆଉ ଆତ୍ମନିରୀକ୍ଷଣର ଦେଶ ନୁହେଁ । ବରଂ ଏକାକୀତା ମଧ୍ୟରେ, କିଛି ସୋସିଆଲ ମିଡିଆ ପ୍ଲାଟଫର୍ମର ମୂଳଦୁଆ ସ୍ଥାପିତ ହୋଇଛି । ଆଖି, କାନ ଓ ମନ ଏକାକାର ହୋଇ କେବଳ ଏଥିରେ ଚାଲିଥାଏ ।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମୟରେ ସେମାନଙ୍କ ଯନô ନେବାରେ ସମସ୍ୟା ମଧ୍ୟ କେତେକାଂଶରେ ରୋବଟ ତାର କାର୍ଯ୍ୟ ଚମକôାର ଭାବେ ତୁଲାଇଛି । ଏଭଳି ସ୍ଥିତିରେ ଗୁଜୁରାଟର ଭଦୋଦରାସ୍ଥିତ ଏସ୍ଏସ୍ଜି ହସ୍ପିଟାଲ ଏକ ବିଶେଷ ପଦକ୍ଷେପ ନେଇଥିଲା । କରୋନା ରୋଗୀଙ୍କ ସେବା ପାଇଁ ଡାକ୍ତରଖାନାରେ ୨ଟି ରୋବଟ ନିୟୋଜିତ କରାଯାଇଥିଲା । ଏହି ୨ ରୋବଟ କରୋନା ରୋଗୀଙ୍କୁ ଔଷଧ ଏବଂ ଖାଦ୍ୟ ଦେବା କାମ କଲା । ଏଥିସହ କରୋନା ୱାର୍ଡରେ ରୋଗୀଙ୍କୁ ସ୍କ୍ରିନିଂ ପାଇଁ ମଧ୍ୟ ବ୍ୟବହାର କରାଗଲା । କେବଳ ସେତିକି ନୁହେଁ । ଶ୍ରୀଘ୍ର ହସ୍ପିଟାଲ ପ୍ରଶାସନ ପକ୍ଷରୁ ଡାକ୍ତରଖାନାକୁ ପ୍ରବେଶ କରୁଥିବା ଲୋକଙ୍କୁ ସ୍କ୍ରିନିଂ କରିବା ପାଇଁ ପ୍ରବେଶ ଦ୍ୱାରରେ ଏକ ରୋବଟ ରଖାଗଲା । ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ଆଶଙ୍କା ହ୍ରାସ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ଚରାଯାଇଥିଲା । ଏହି ୨ ରୋବଟଙ୍କ ଫଟୋ ସେତେବେଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା । ଏହାକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ।
ସେଭଳି ଫୁସଫୁସ କର୍କଟ ଚିହ୍ନଟ କରିବାରେ କ୍ଷୁଦ୍ର ରୋବଟର ସଫଳତା ଜଣାପଡ଼ିଛି । ଫୁସଫୁସ କର୍କଟ ଚିକିସôାରେ ଲିଡ୍ସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ବଡ଼ ସଫଳତା ହାସଲ କରିଛନ୍ତି । ଗବେଷକମାନେ ୨ ମିଲିମିଟର ବ୍ୟାସ ( ଏକ ୫ ଟଙ୍କିଆ କଏନର ମୋଟେଇଠାରୁ ବି ସାନ ) ବିଶିଷ୍ଟ ଏକ ରୋବଟ୍ ବିକଶିତ କରିଛନ୍ତି, ଯାହା ଗଭୀରକୁ ଯାଇ କର୍କଟ ରୋଗର ଲକ୍ଷଣ ଚିହ୍ନଟ କରି ଚିକିସôା କରିବାରେ ସକ୍ଷମ ହୋଇପାରୁଛି । ଚୁମ୍ବକ ଦ୍ୱାରା ନିୟନ୍ତ୍ରିତ ଅଲଟ୍ରା ସଫ୍ଟ ଟେଣ୍ଟାକ୍ଲ ରୋବଟ୍ ସବୁଠାରୁ ଛୋଟ ବ୍ରୋଙ୍କିଆଲ ଟୁ୍ୟବ୍ ରେ ପହଞ୍ଚି ଏହାର ଚିକିସôାରେ ସାହାଯ୍ୟ କରିପାରେ । ଲିଡ୍ସର ଷ୍ଟ୍ରୋମ୍ ଲ୍ୟାବର ଡାକ୍ତର, ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏହି ରୋବଟ୍ କୁ ବିକଶିତ କରିଛନ୍ତି । ଏହି ଆବିଷ୍କାର କର୍କଟ ରୋଗର ସଠିକ ଚିକିସôାରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି ।
ଗବେଷକମାନେ କହିଛନ୍ତି ଯେ ମୃତ ଦେହର ଫୁସଫୁସରେ ପରୀକ୍ଷା ବେଳେ ଏହି ରୋବଟ୍ ବର୍ତ୍ତମାନର ଉପଲବ୍ଧ ଡିଭାଇସ୍ ଠାରୁ ୩୭% ଗଭୀର ଯାଇ କର୍କଟ ରୋଗ ଚିହ୍ନଟ କରିଥିଲା । ଏହି ଯାତ୍ରା ସମୟରେ ଏହା ଏହାର ଟିସୁକୁ ବହୁତ କମ୍ କ୍ଷତି ପହଞ୍ଚାଇଥାଏ । ବାୟୋପ୍ସି ସମୟରେ ମ୍ୟାଗ୍ନେଟିକ୍ ଟେଣ୍ଟାକ୍ଲ ରୋବଟ୍ ଫୁସଫୁସ ଭିତରେ ନେଭିଗେସନ୍ କୁ ସଠିକ୍ ଭାବରେ ଖେଳିଥିଲା । ଏହି ରୋବଟ୍ ଏକ ସୁସ୍ଥ ଅଙ୍ଗକୁ କ୍ଷତି ନପହଞ୍ଚାଇ କେବଳ ଟୁ୍ୟମର କୋଷକୁ ଟାର୍ଗେଟ କରିଥାଏ ।
ୟୁରୋପୀୟ ଗବେଷଣା ପରିଷଦ ଦ୍ୱାରା ଅନୁଦାନପ୍ରାପ୍ତ ଏହି ଗବେଷଣା ଇଞ୍ଜିନିୟରିଂ କମୁ୍ୟନିକେସନରେ ପ୍ରକାଶ ପାଇଛି । ଏହା ମାନବ ଇତିହାସ ପାଇଁ ଅତ୍ୟନ୍ତ ବୈପ୍ଳବିକ ସାବ୍ୟସ୍ତ ହୋଇପାରେ ବୋଲି ଲ୍ୟାବର ନିଦେ୍ର୍ଦଶକ ପ୍ରଫେସର ପିଏଟ୍ରୋ ଭାଲଦାସ୍ତ୍ରୀ କହିଛନ୍ତି । ପରଫେକ୍ଟ ଫେସ୍ ଗଠନ ବିଷୟରେ ବିଜ୍ଞାନ ଅନୁସନ୍ଧାନ ପରେ ଇଂଲିଶ ଅଭିନେତା ରୋବର୍ଟ ପାଟିନ୍ସନଙ୍କୁ ଦୁନିଆର ସବୁଠାରୁ ହାଣ୍ଡସମ୍ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି । ସେହିପରି ହଲିଉଡ୍ ଅଭିନେତ୍ରୀ ଅମ୍ବର ହର୍ଡଙ୍କ ମୁହଁ ମଧ୍ୟ ବିଶ୍ୱର ସବୁଠୁ ସୁନ୍ଦର ବୋଲି ବିବେଚନା କରାଯାଇଛି । ୨୦୨୦ରେ ରୋବଟଙ୍କ ସୁନ୍ଦରତା ଗୋଲ୍ଡେନ୍ ରେସିଓ ଅଫ୍ ବୁ୍ୟଟି ଫି (ଏକ ପାରମ୍ପରିକ ଗ୍ରୀକ୍ ଗଣନା ପଦ୍ଧତି)ରେ ବିଚାର କରାଯାଇଥିଲା । ଏହି ପଦ୍ଧତିରେ ସେମାନଙ୍କ ଚେହେରାର କଳାତ୍ମକ କୃତି ଯେପରି ଦୈର୍ଘ୍ୟ, ପ୍ରସ୍ଥ ଆଦି ମପା ଯାଇଥିଲା । ଦୁଇ ବର୍ଷ ହେଲା ରୋବର୍ଟ ଏହି ଟାଇଟଲ ବଜାୟ ରଖିଛନ୍ତି ବୋଲି ‘ଲାଡ୍ ବାଇବେଲ୍’ରେ ରିପୋର୍ଟ ପ୍ରକାଶ ପାଇଛି । ଆକର୍ଷଣୀୟ ତାଲିକାରେ ରିଆନ୍ ଗୋସଲିଙ୍ଗ, ଆଇଡ୍ରିସ୍ ଏଲ୍ବା, ବ୍ରାଡପିଟ, ହେନରି କେଭିଲଙ୍କ ଭଳି ଅଭିନେତା ଥିଲେ ମଧ୍ୟ କେହି ରୋବର୍ଟଙ୍କୁ ଟପିପାରିନାହାନ୍ତି ।
ସେମିତି ଏକ ବଡ ଅପଡେଟ୍ ଚର୍ଚ୍ଚାକୁ ଆସିଛି । ଆଜିର ସମୟରେ ମଣିଷ ମଣିଷର ଭାବନା , ସମ୍ବେଦନକୁ ବୁଝିପାରୁନଥିବା ବେଳେ ଭବିଷ୍ୟତରେ ରୋବଟ କେବଳ ସ୍ପର୍ଶ କରି ମଣିଷର ଭାବନାକୁ ଜାଣିପାରିବ ବୋଲି ରିସର୍ଚ୍ଚରୁ ଜଣାପଡିଛି । ଜର୍ନାଲ୍ ଓଋଋଋ ଇମମରଗ୍ଦଗ୍ଦ ରେ ପବ୍ଲିସ୍ ହୋଇଥିବା ଏକ ଲେଟେଷ୍ଟ୍ ରିସର୍ଚ୍ଚରୁ ଏକଥା ଜଣାପଡିଛି । ଏହି ରିସର୍ଚ୍ଚ ଉପରେ କାମ କରୁଥିବା ଗବେଷକ କହିଛନ୍ତି ଯେ ଚର୍ମ ପରିଚାଳନା (ଝଳସଦ୍ଭ ଉକ୍ଟଦ୍ଭୟଙ୍କମଗ୍ଧବଦ୍ଭମର ) ର ସହାୟତାରେ ରୋବଟ ମଣିଷର ଫିଲିଙ୍ଗ୍ସକୁ ଜାଣିପାରିବେ । ଚର୍ମ ପରିଚାଳନାର ସାହାଯ୍ୟରେ ଚର୍ମରେ ପରିବର୍ତ୍ତନର ସ୍ୱରୂପକୁ ରୋବଟ ଜାଣିପାରିବ । ଯେଉଁଥିରେ ଝାଳ ବାହାରିବା , ନର୍ଭ ସିଷ୍ଟମ୍ ର ସକ୍ରିୟତା , ହୃଦୟର ଗତିବିଧି ଆଦିକୁ ଅନୁଭବ କରିବା ସାମିଲ୍ ରହିଛି ।
ଟ୍ରାଡିସନାଲ୍ ଇମୋସନ୍ ଡିଟେକ୍ସନ୍ ଟେକ୍ନୋଲଜିରେ ଫେସିଆଲ୍ ରେକୋଗନାଇଜେସନ୍ ଓ ସ୍ପିଚ୍ ଏନାଲିସିସ ଆଦି ସାମିଲ୍ ରହିଛି । ଯେଉଁଥିରେ ଅଡିଓ ଏବଂ ଭିଜୁଆଲ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ବୈଜ୍ଞାନିକଙ୍କ କହିବାନୁସାରେ , ମଣିଷଙ୍କ ଭାବନାକୁ ଜାଣିବା ପାଇଁ ଚର୍ମ ପରିଚାଳନା ଏକ ଭଲ ଉପାୟ । ଯାହା ରିୟଲ୍ ଟାଇମ୍ କାମ କରେ । ଏହି ଷ୍ଟଡିରେ ୩୩ ଜଣ ପ୍ରତିଯୋଗୀଙ୍କୁ ସାମିଲ୍ କରାଯାଇଥିଲା । ପ୍ରତିଯୋଗୀଙ୍କୁ ଚର୍ମ ପରିଚାଳନାରେ ସ୍ପର୍ଶ କରି ସେମାନଙ୍କ ଭାବନା ସମ୍ବନ୍ଧରେ ଅବଗତ କରାଯାଇଥିଲା ।
ଆଜିର ସବୁଠାରୁ ବଡ଼ ଦୁଃଖ ଏହା ନୁହେଁ ଯେ ମଣିଷ ମେସିନ ପରି ହୋଇଯାଉଛି । ବରଂ ସେ ଆତ୍ମ-ସାକ୍ଷାତର ଗଭୀରତାରୁ ଦୂରେଇ ଯାଉଛି । ଥରେ ଯନ୍ତ୍ରଣା ସହିତ ଆସୁଥିବା ଆତ୍ମ-ପରୀକ୍ଷଣକୁ ଏବେ ‘ନକାରାତ୍ମକ ତରଙ୍ଗ' ଭାବରେ ଖାରଜ କରାଯାଉଛି । ଭାବନା ଏବେ ଇଣ୍ଟରନେଟର ବିଷୟବସ୍ତୁ ପାଲଟିଛି । ଏହା କେବଳ ପିଢ଼ିର ଅବମୂଲ୍ୟାୟନ ନୁହେଁ, ଏହା ସଭ୍ୟତାର କେନ୍ଦ୍ରୀୟତାର ଅବନତି । ଆଜିର ପିଲା ରୋବଟ୍ ସହିତ କଥା ହେବା ଜାଣେ, କିନ୍ତୁ ସମ୍ପର୍କରେ କିପରି ଯୋଗାଯୋଗ କରିବାକୁ ହୁଏ ତାହା ଭୁଲିଯାଇଛି । କୃତ୍ରିମ ବୁଦ୍ଧିମତ୍ତା ଅର୍ଥାତ୍ ଏଆଇ (ଇଓ ) ସହିତ ସଜ୍ଜିତ ‘ପ୍ରତିକୃତି', ‘ଆଲେକ୍ସା' ଓ ‘ଆନିମା' ଏବେ ମଣିଷର ଏକାକୀତାର ଉତ୍ତର ପାଲଟିଛି । ଏହା କ'ଣ ପ୍ରଯୁକ୍ତିର ବିଜୟ, ନା ସମାଜର ପରାଜୟ କିଏ କହିବ ? ଯେତେବେଳେ ଆମକୁ ବୁଝିବାକୁ ପଡିବ ଯେ ମଣିଷ ମେସିନର ସ୍ୱରରେ ନିଜ ଭିତରେ ନୀରବତା ପୂରଣ କରିବାକୁ ଚେଷ୍ଟା କରିଛି, ସେତେବେଳେ ସଭ୍ୟତା ଓ ସଂସ୍କୃତି ସେମାନଙ୍କର ଆତ୍ମା ହରାଇଛି । କିଏ କହିବ ଏହି ବୈଷୟିକ କୁହୁଡିରେ ମାନବିକତା ଲୁପ୍ତ ହେବାକୁ ଯାଉଛି ।
ନିଷ୍କର୍ଷରେ କେବଳ କୁହାଯାଇପାରେ ଏହି ଶତାବ୍ଦୀର ସମସ୍ୟା ଏହା ନୁହେଁ ଯେ ମଣିଷମାନେ ମେସିନ ପରି ହୋଇଯାଉଛନ୍ତି, ବରଂ ସେମାନେ ଆତ୍ମ-ସାକ୍ଷାତର ଗଭୀରତାରୁ ଦୂରେଇ ଯାଉଛନ୍ତି । ପୂର୍ବରୁ ଯେଉଁ ଆତ୍ମନିରୀକ୍ଷଣ ଆସୁଥିଲା ତାହା ଏବେ ଯନ୍ତ୍ରଣା ଜନିତ ‘ତରଙ୍ଗ' ଭାବରେ ଖାରଜ କରାଯାଉଛି । ଭାବନା ଏବେ ଇଣ୍ଟରନେଟର ବିଷୟବସ୍ତୁ ପାଲଟିଛି ...!!!
ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦ ୧୫୧୪ ୭୫