ସାରର ଅଭାବୀ ବିକ୍ରିକୁ ନେଇ ମନ୍ତ୍ରୀଙ୍କ ଆଲୋଚନା  

 ବୁଗୁଡା : ବର୍ତ୍ତମାନ ସମୟରେ ଚାଷୀଙ୍କୁ ସାରର ଆବଶ୍ୟକତା ଥିବା ବେଳେ ସୋସାଇଟିଗୁଡିକୁ  ଆବଶ୍ୟକ ପରିମାଣ ସାର ଆସୁନଥିବାରୁ ସାର ବ୍ୟବସାୟୀମାନେ ଚଢ଼ା ଦରରେ ସାର ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳା ନନ୍ଦ ମଳିକ ତାଙ୍କର ବୁଗୁଡ଼ା ସ୍ଥିତ ବାସ ଭବନରେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ସମବାୟ ସୋସାଇଟିର ସଭାପତି ଓ ସମ୍ପାଦକମାନଙ୍କୁ ଡାକି ସମସ୍ୟାର କିପରି ସମାଧାନ ହୋଇ ପାରିବ, ସେ ନେଇ ଆଲୋଚନା କରିଥିଲେ । ଏଥିସହିତ ସୋସାଇଟି ଗୁଡିକୁ ଯେମିତି ପର୍ଯ୍ୟାପ୍ତ ସାର ଯୋଗାଣ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏବଂ ଅଞ୍ଚଳର ସମସ୍ତ ଚାଷୀ  କିପରି ସରକାରୀ ସହାୟତା ପାଇବେ, ସେ ନେଇ ନିଦେ୍ର୍ଦଶ ଦେବା ସହ ଜୈବକ ପ୍ରଣାଳୀରେ ଚାଷ କରିବା ପାଇଁ ଆହ୍ୱାନ ଦେଇଥିଲେ । ବୈଠକରେ ପୋଲସରା ବ୍ଲକର ୧୬ଟି ଓ ବୁଗୁଡ଼ା ବ୍ଲକର ୧୪ଟି ସମବାୟ ସମିତିରେ ସମ୍ପାଦକ ଓ ସଭାପତି ଯୋଗ ଦେଇଥିଲେ ।