୩ ଫେରାର ଆସାମୀ ଗିରଫ
ବୁଗୁଡା : ବୁଗୁଡ଼ା ପୋଲିସ ଆଜି ୱାରେଣ୍ଟ ବଳରେ ୩ ଫେରାର ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫମାନେ ହେଲେ ବୁଗୁଡା ଥାନା ଅନ୍ତର୍ଗତ ମତାଝରି ଗ୍ରାମର ଜଳନ୍ଧର ପ୍ରଧାନ, ଜଗତପାଟଣା ଗ୍ରାମର ବସନ୍ତ ବେହେରା ଓ ବୁଗୁଡ଼ାର ବିପ୍ର ନାଇକ । ଚୋରା ମଦ କାରବାରରେ ଲିପ୍ତ ଥିବା ଜଳନ୍ଧରଙ୍କ ବିରୁଦ୍ଧରେ ଜିଆର୍ କେସ୍ ନଂ ୩୮୮/୨୦୨୦ରେ ଏକ ମାମଲା ଥିବାବଳେ ଗାଡି ଦୁର୍ଘଟଣାରେ ଜଡିତ ବସନ୍ତ ବେହେରାଙ୍କ ବିରୁଦ୍ଧରେ ଜିଆର୍ କେସ୍ ନଂ ୧୯୯/୨୦୦୮ ଓ ଜୁଆଖେଳରେ ସମ୍ପୃକ୍ତ ଥିବା ବିପ୍ର ନାଇକଙ୍କ ବିରୁଦ୍ଧରେ ଜିଆର୍ କେସ୍ ନଂ ୭୩/୨୦୨୦ରେ ମାମଲା ରୁଜୁ ଥିଲା । ତେବେ ଦୀର୍ଘ ବର୍ଷ ଧରି ଫେରାର ଥିବା ଉପରୋକ୍ତ ୩ ଆସାମୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି ।