ପୁଲିସ ଏନ୍କାଉଣ୍ଟରରେ ଅଭିଯୁକ୍ତ ଆହତ 

ସମ୍ବଲପୁର : ସ୍ଥାନୀୟ ଧନୁପାଲି ଥାନା ଅନ୍ତର୍ଗତ ଖଣ୍ଡୁଆଳ  ରାସ୍ତାରେ ପୁଲିସ ସହ ଏନ୍କାଉଣ୍ଟରରେ ଜଣେ ହତ୍ୟା ଅଭିଯୁକ୍ତ ଆହତ ହୋଇଛି । ତା’ର ନାମ ମହମ୍ମଦ ସମଦ । ତା’ର ବାମ ଗୋଡ଼ରେ ଗୁଳି ବାଜିଛି । ଫଳରେ ତାକୁ ଚିକିତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ଗତ ରାତି ଏହି ଥାନା ଅନ୍ତର୍ଗତ ମୋତିଝରଣ ଠାରେ ସମଦ ଓ ତା’ ଭାଇର ଛୁରୀ ଆକ୍ରମଣରେ ଆସ୍ଫାକ୍  ଖାନ୍ ନାମକ ଜଣେ ଯୁବକର ମୃତୁ୍ୟ ହୋଇଥିଲା । ଏ ନେଇ ମୃତକର ଭାଇ ଜାଭିଦ୍ ଖାନ୍ର ଏତଲାକ୍ରମେ ଥାନାର ମାମଲା  ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ । ଏଥି ପାଇଁ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା । ପୁଲିସ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ମହମ୍ମଦ ସମଦ ଖଣ୍ଡୁଆଳ ପଟରେ ଥିବା ଜାଣି ପାରିଥିଲେ । ପିସିଆର୍ ଟିମ୍ ଘଟଣାସ୍ଥଳରେ ପହଞ୍ଚôବାରୁ ଅଭିଯୁକ୍ତ ଜଣକ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ପୁଲିସ ଅନ୍ୟ ଉପାୟ ନପାଇ ଜୀବନ ରକ୍ଷା ପାଇଁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲା । ଯାହାକି ଏହାର ବାମ ଗୋଡ଼ରେ ବାଜି ଥିଲା । ସମଦ୍ ନାମରେ ୧୫ଟି ଅପରାଧ ମାମଲା ରହିଥିବା ବେଳେ ତା’ ଭାଙ୍କ ନାମରେ ହତ୍ୟା ଓ ଅନ୍ୟାନ୍ୟ ମାମଲା ରହିଛି । ପୁଲିସ ଘଟଣାସ୍ଥଳରୁ ୭.୬ ଏମ୍ଏମ୍ର ଦେଶୀ ପିସ୍ତଲ, ଏହି ଏମ୍ଏମ୍ର ଗୋଟିଏ ଜୀବନ୍ତ ଗୁଳି, ୩ଟି ଖୋକା, ୧ଟି ଆପାଚୀ ବାଇକ୍ ଓ ମୋବାଇଲ ଫୋନ୍ ଉଦ୍ଧାର କରିଛି ।