ଛତର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ୩୦ତାରିଖ ଦିନ ଭବାନିପାଟଣାଠାରେ ପାଳନ ହେବ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା ସଦର ମହକୁମା ଭବାନୀପାଟଣାଠାରେ କିପରି ଶାନ୍ତି ଶୃଙ୍ଖଳା ଭାବରେ ପାଳନ କରାଯିବ ଏବଂ ମାଁ ଙ୍କ ଛତର ମନ୍ଦିରରେ କିଭଳି ଠିକ ସମୟରେ ପହଞ୍ଚିବ ସେ ଦିଗରେ ସମସ୍ତଙ୍କର ପୂର୍ଣ୍ଣ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଚଳିତ ମାସ ସେପ୍ଟେମ୍ବର ୩୦ ତାରିଖ ମହା ନବମୀ ପ୍ରାତଃ ସମୟରେ ଜେନାଖାଲଠାରେ ମାଁ ଙ୍କ ପୂଜା ଅର୍ଚ୍ଚନା ସାରି ମାଁ ଙ୍କ ଛତର ଯାତ୍ରା ଘଣ୍ଟ ବାଦ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରେ ରାଜପ୍ରସାଦ ସ୍ଥିତ ମାଁ ମାଣିକେଶ୍ୱରୀ ମନ୍ଦିର ପର୍ଯନ୍ତ ଅନୁଷ୍ଠିତ ହେବ । ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପ, ଉପଜିଲ୍ଲାପାଳ ଧର୍ମଗଡ ପ୍ରେକ୍ଷା ଅଗ୍ରୱାଲ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ ପରିଡା, ଭାତରୀୟ ପ୍ରଶାସନିକ ସେବା ଅନିମେଷ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶାନ୍ତ କୁମାର ସିଂ, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ପୌରପାଳିକା ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ସଦର ବିଧାୟକଙ୍କ ପ୍ରତିନିଧି ଧନୁର୍ଯ୍ୟ ଗହିର, ସହକାରୀ ଜିଲ୍ଲାପାଳ ସୁଶାନ୍ତ କୁମାର ନାଏକ, ଏସ୍ଡିପିଓ ନରେଶ ପ୍ରଧାନ, ସଦର ଆଇଆଇସି ପ୍ରଦୁ୍ୟମ୍ନ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ଧନ୍ୟବାଦ ଜଣାଇଥିଲେ ।