୨ ବ୍ରାଉନ ସୁଗାର ବେପାରୀ ଗିରଫ

 ଜଗତସିଂହପୁର : ତିର୍ତ୍ତୋଲ ପୁଲିସକୁ ମିଳିଛି ବଡ଼ ସଫଳତା । ଦୀର୍ଘ ଦିନଧରି ଧଳା ଜହର କାରବାରରେ କାୟାବିସ୍ତାର କରିଥିବା ସଞ୍ଜୟ ଭୋଳ, ଅଭିଷେକ ସ୍ୱାଇଁ ଶେଷରେ  ତିର୍ତ୍ତୋଲ ପୁଲିସ କବ୍ଚାରେ ଧରାପଡିଛି । ଅନେକ ଦିନ ହେବ ତିର୍ତ୍ତୋଲ ଏବଂ ରଘୁନାଥ ପୁରର ବିଭିନ୍ନ ସ୍ଥାନରେ ଯୁବପିଢ଼ିଙ୍କୁ ବ୍ରାଉନସୁଗାର ନିଶାରେ ଆପୟିତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ  । ମୁଖ୍ୟ ଆସାମୀ ସଞ୍ଜୟ ଭୋଳ ଏବଂ  ତାର ସହଯୋଗୀ ଅଭିଷେକ ସ୍ୱାଇଁ । ଯାହାର ଖବର ପୁଲିସ ପାଖରେ ପହଞ୍ଚିବା ପରେ ତିର୍ତ୍ତୋଲ ଏସଡିପିଓ ଚିନ୍ମୟ ରାଉତ  ଧଳାଜହର ବ୍ୟବସାୟୀ୍ଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିବା ପ୍ରହାରକୁ  ଆରମ୍ଭ କରି ଏକ ସ୍ୱତନ୍ତ୍ର ଟିମ କରାଯାଇ ବିଭିନ୍ନ ସ୍ଥାନରେ ଧଳାଜହର ବ୍ୟବସାୟୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଏହି  ଦୃବୃତ୍ତ ମାନେ କୌଣସି ପ୍ରକାର ଖବର ପାଇଁ ଏକାଧିକ ବାର ଘଟଣା ସ୍ଥଳରୁ ଚମ୍ପଟ ମାରୁଥିଲା । ତେବେ ଗତକାଲି ବ୍ରାଉନସୁଗାର ବ୍ୟବସାୟୀ କରିବା ପାଇଁ ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଏହି ଦୁଇ ଆସାମୀ ଆସିଥିବା ସମୟରେ  ତିର୍ତ୍ତୋଲ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଁ ଅଚାନକ ଚଢ଼ାଉ କରି ଦୁଇ ଆସାମୀ କାବୁ କରିଥିଲା ।   ପାଖରୁ ୨୧  ଗ୍ରାମର ବ୍ରାଉନ ସୁଗାରଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ୍ୟରୁ ଉର୍ଦ୍ଧ ହେବ ଏହା  ସହ ନଗଦ ଏଗାର ସହ ପଚାଶ  ଟଙ୍କା,  ଗୋଟିଏ ମୋବାଇଲ ଫୋନ ସହ ହୋଣ୍ଡା ଆକ୍ଟିଭା ସ୍କୁଟି ଜବତ କରିଥିଲା ।