ନାବାଳିକାଙ୍କ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଯୁବକ ଗିରଫ

 ସାଲେପୁର  : ଜଣେ ନାବାଳିକା ଛାତ୍ରୀ ସହ ପ୍ରେମ ସଂପର୍କ ସ୍ଥାପନ କରି ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ ମୋବାଇଲ୍ରେ ଉତ୍ତୋଳନ କରି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିବାକୁ ଧମକ ଦେବା ଅଭିଯୋଗରେ ଜଣେ ଯୁବକକୁ ସାଲେପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ସାଲେପୁର ଥାନା ଅଞ୍ଚଳର ଜଣେ ନାବାଳିକା କଲେଜ ପଢ଼ୁଆ ଛାତ୍ରୀ ସହ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ ଯୁବକ ସହିତ ପରିଚିତ ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ ସଂପୃକ୍ତ ଯୁବକ ଜଣକ ଚତୁରତାର ସହିତ ନିଜ ମୋବାଇଲ୍ରେ ରେକର୍ଡିଂ କରି ନାବାଳିକା ଛାତ୍ରୀ ଜଣକୁ ବିଭିନ୍ନ ସମୟରେ ଉକ୍ତ ଭିଡ଼ିଓକୁ ଭାଇରାଲ କରିବା ପାଇଁ ଧମକ ଦେଇ ଆସୁଥିଲା । ଏହାନେଇ ନାବାଳିକା ଛାତ୍ରୀର ପରିବାର ପକ୍ଷରୁ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସାଲେପୁର ପୁଲିସ କେସ୍ ନଂ୪୨୭/୨୫ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି ।