ବରୋଦା ବ୍ୟାଙ୍କ୍ ପକ୍ଷରୁ ଗ୍ରାମାଞ୍ଚଳ ଜନ ସୁରକ୍ଷା ପରିପୂର୍ଣ୍ଣତା ଶିବିର

 କାକଟପୁର: କାକଟପୁର ବ୍ଲକ ଅନ୍ତର୍ଗତ କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତ ଧନିତ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବରୋଦା ବ୍ୟାଙ୍କ୍ ପକ୍ଷରୁ ଗ୍ରାମାଞ୍ଚଳ ଜନ ସୁରକ୍ଷା ପରିପୂର୍ଣ୍ଣତା ଶିବିର ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ୍ ଅଫ ବରୋଦା ଭୁବନେଶ୍ୱର କ୍ଷେତ୍ର ଓ ଅଞ୍ଚଳ ତରଫରୁ ଏହି ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଅତିଥି ଭାବେ ବରୋଦା ବ୍ୟାଙ୍କ୍ ମୁଖ୍ୟ ପରିଚାଳକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ଚାନ୍ଦ, କ୍ଷେତ୍ରୀୟ ପ୍ରମୁଖ ସତ୍ୟ ରଞ୍ଜନ ମହାପାତ୍ର, ଅଞ୍ଚଳ ମହାପ୍ରବନ୍ଧକ ସ୍ୱପ୍ନା ବନେ୍ଦଦାପଧାୟ ଓ ସ୍ଥାନୀୟ ସରପଞ୍ଚ  କୃଷ୍ଣ ଚନ୍ଦ୍ର ଜେନା ସାମିଲ ହୋଇ ଆହୁତ ବୈଠକରେ ବ୍ୟାଙ୍କରେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ । ବରୋଦା ବ୍ୟାଙ୍କ୍ ଏକ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ ଭାବେ ପରିଗଣିତ । ଏହାର ଗ୍ରାହକ ସଂଖ୍ୟା ରାଜ୍ୟର ସମସ୍ତ ସହର ଓ ଗ୍ରାମରେ ପରିବ୍ୟାପ୍ତ । ବ୍ୟାଙ୍କ୍ ରେ ଗ୍ରାହକ ଭାବେ ଥିବା ସମସ୍ତ ଆକାଉଣ୍ଟ ଧାରି ମାନେ ନିଜର ସାମାଜିକ ସୁରକ୍ଷା ପାଇଁ ନିଜ ଖାତା କୁ ପୁନଃ କେୱାଇସି କରିବା, ଡିଜିଟାଲ ଫ୍ରଡ଼ ମାନଙ୍କ ଠାରୁ ଦୂରେଇ ରହିବା, ଜୀବନ ବୀମା ପଲିସି ଗୁଡ଼ିକର ଫାଇଦା ଉଠାଇବା, ଡିବିଟି ସହାୟତା ସରଳ କରିବା, ଜନ ଧନ ଆକାଉଣ୍ଟ ଖୋଲିବା, ସରଳ ଭାବେ ଋଣ ନେବା  ଆଦି ଉପରେ ଉପସ୍ଥିତ ଗ୍ରାହକ ମାନଙ୍କୁ ସଚେତନା କରାଯାଇଥିଲା । ଏହି ଶିବିରରେ ୫୦୦ରୁ ଉର୍ଦ୍ଧ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଉପ୍ଭୋକ୍ତା ମାନେ ଯୋଗ ଦେଇଥିଲେ । ଏହି ଅବସରରେ ସାମାଜିକ ସୁରକ୍ଷାରେ ଲାଭ ପାଇଥିବା ହିତାଧିକାରୀ, ଋଣ ପାଇ ସ୍ୱାବଲମ୍ବୀ ହୋଇଥିବା ମହିଳା ଗ୍ରୁପ ଓ ବ୍ୟକ୍ତି ବିଶେଷଙ୍କୁ ଅର୍ଥ ରାଶିର ଚେକ୍ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବରିଷ୍ଠ ପ୍ରବନ୍ଧକ ଆରତୀ ସାମନ୍ତରା ସଂଯୋଜନା କରିଥିବା ବେଳେ ବରୋଦା ବ୍ୟାଙ୍କର ବରିଷ୍ଠ ଅଧିକାରୀ ସୌରଭ ମହାପାତ୍ର, ସୌମ୍ୟ ପ୍ରସାଦ ଦାସ, ଅମିତାଭ ସାହାଣୀ, ସତ୍ୟବ୍ରତ ପ୍ରଧାନ ଓ ସ୍ମୃତି ମନୀଷା ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।