କ୍ଷିତି ଜ୍ୟୋତି ଆଶ୍ରମରେ ସାଧୁ ପୂଜନ
କେନ୍ଦ୍ରାପଡ଼ା: କ୍ଷିତି ଜ୍ୟୋତି ଆଶ୍ରମରେ ସାଧୁ ପୂଜନ ଓ ଧର୍ମ ଜାଗରଣ ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ, ଅଚୁ୍ୟତ ଗୁପ୍ତ ବ୍ରହ୍ମ ସଂଘ, କ୍ଷିତିଜ୍ୟୋତି ଆଶ୍ରମ ଇନ୍ଦୁପୁର ଶାଖା ଓ ଧର୍ମ ଜାଗରଣ ସମନ୍ୱୟ ଓଡ଼ିଶା ପୂର୍ବପ୍ରାନ୍ତ ମିଳିତ ଆନୁକୂଲ୍ୟରେ ଶ୍ରୀ ଠାକୁର କେଶବ ଚନ୍ଦ୍ରଙ୍କ ୭୧ ତମ ଆବିର୍ଭାବ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ଆୟୋଜିତ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ବାରୁଣୀ ତୀର୍ଥ ଘାଟରୁ ଏକ ନାମ ସଙ୍କୀର୍ତ୍ତନ ନଗର ପରିକ୍ରମା କରିଥିଲା । ସାଧୁ ପୂଜନ ଓ ଧର୍ମଜାଗରଣ ସମ୍ମିଳନୀ ଶାଖା ପରିଚାଳକ ବଂଶୀଧର ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପୂଜାରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଚାରୁ ଚନ୍ଦ୍ର ହାଜରା ମୁଖ୍ୟଅତିଥି ଓ ଜିଲ୍ଲା ଆବାହକ ପ୍ରକାଶ ଜେନା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ପ୍ରବକ୍ତା ବୀର କିଶୋର ରାଉତ, ବାବାଜୀ ଅଭିରାମ ଦାସ, ଯୋରନ୍ଦା କପିଳାସ ଓ ସାଥୀ ସାଧୁମାନଙ୍କର ଧର୍ମ ଜାଗରଣ ସମ୍ବନ୍ଧୀୟ ଉଦ୍ବୋଧନ ଦେଇଥିଲେ । ସେନାଧ୍ୟକ୍ଷ ରାମ ନାରାୟଣ ସିଂହ, ଧୀରେନ୍ଦ୍ର ସେଠୀ, ଦୀପ୍ତି ରଞ୍ଜନ ସାହୁ, ଶିବ ପ୍ରକାଶ ଜେନା, ରାଜେନ୍ଦ୍ର ସେଠୀ, ସୁଜିତ୍ ବୋଷ, ରଣବିଜୟ ରାଉତ, ନବ କିଶୋର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ । ମାନସ ଗୋଚ୍ଛାୟତ ପୂଜାର୍ଚ୍ଚନା କାର୍ଯ୍ୟ କରିଥିଲେ ।