ଖିମ୍ଜୀର ନୂତନ ଶୋ’ରୁମ ଶୁଭାରମ୍ଭ
ଅନୁଗୁଳ : ସୁନା ଅଳଙ୍କାରର ସବୁଠାରୁ ବିଶ୍ୱସ୍ତ ବ୍ରାଣ୍ଡ ଖୁମଜୀ ଜୁଏଲର୍ସର ଅନୁଗୁଳରେ ୬୦୦୦ ବର୍ଗ ଫୁଟର ଏକ ଭବ୍ୟ ଶୋରୁମ୍ର ଶୁଭାରମ୍ଭ ହୋଇଛି । ଏହି ଶୋରୁମ୍ ଅନୁଗୁଳର ସବୁଠାରୁ ବଡ଼ ଅଳଙ୍କାର ଶୋରୁମ୍ ଏବଂ ଓଡ଼ିଶାରେ ଏହା ବ୍ରାଣ୍ଡର ଦଶମ ଶୋରୁମ୍ ଅଟେ, ଯାହାକି ସୁନା, ହୀରା, ପ୍ଲାଟିନମ୍ ଏବଂ ରୂପା ଅଳଙ୍କାରର ଏକ ବିସ୍ତୃତ ଏବଂ ବ୍ୟାପକ ସଂଗ୍ରହ ସହିତ ଫ୍ୟାଶନ୍ ଜୁଏଲାରୀ ଏବଂ କର୍ପୋରେଟ୍ ଉପହାରର ବ୍ୟାପକ ସମ୍ଭାରକୁ ପ୍ରଦର୍ଶିତ କରୁଛି । ଏହାର ଉଦ୍ଘାଟନ ସମାରୋହରେ ପରିଚାଳନା ନିର୍ଦ୍ଦେଶକ ମିତେଶ ଖୁମଜୀ, ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ସୁମିତ ଖୁମଜୀ, ଖିମଜୀ ପରିବାରର ସଦସ୍ୟଗଣ ଏବଂ ଅନେକ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ରହିଥିଲେ ।
ଏହି ଷ୍ଟୋର କର୍ପୋରେଟ୍ ଉପହାର ସମାଧାନ ପ୍ରତି ବଢ଼ୁଥିବା ଚାହିଦାକୁ ମଧ୍ୟ ପୂରଣ କରିବ, ଯାହା କର୍ପୋରେଟ୍ ଗ୍ରାହକମାନଙ୍କ ପାଇଁ ଅନନ୍ୟ ଏବଂ ସୁନ୍ଦର ଉତ୍ପାଦ ପ୍ରଦାନ କରିବ ବୋଲି ଖିମଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖୁମ୍ଳୀ ନିଜର କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ, ଅନୁଗୁଳ ବହୁଦିନ ଧରି ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପାୱାର ହାଉସ ହୋଇ ରହିଛି ଏବଂ ବର୍ତ୍ତମାନର ଆକାଂକ୍ଷା ଓ ଉଦୀୟମାନ ଜୀବନଶୈଳୀର ଜିଲ୍ଲା ଅଟେ । ଅନୁଗୁଳର ଚମତ୍କାରିତା ଏବଂ ସାରା ଓଡ଼ିଶାରେ ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ପାଇଁ ଖିମଜୀ ପ୍ରତିବଦ୍ଧତା ଦିଗରେ ଏକ ପଦକ୍ଷେପ ଗ୍ରହଣ କରିଛି । ତେବେ ଶୋ’ରୁମ୍ର ଉଦ୍ଘାଟନୀ ଉପଲକ୍ଷେ ଗ୍ରାହକମାନଙ୍କ ପାଇଁ ସୁନା ଅଳଙ୍କାରରେ ଗଢ଼ା ମଜୁରିରେ ୫୦% ରିହାତି, ହୀରାରେ ୨୦% ପର୍ଯ୍ୟନ୍ତ ରିହାତି, ରୂପା ଓଜନ ବସ୍ତୁର ଗଢ଼ା ମଜୁରିରେ ୨୫% ରିହାତି, ରୂପା ଏବଂ ଫ୍ୟାଶନ୍ ଜୁଏଲାରି ଏମଆରପିରେ ୧୫% ରିହାତି ଏବଂ କଳାକୃତି (ଆର୍ଟଫ୍ୟାକ୍ଟସ) ଉପରେ ୧୦% ରିହାତି ରହିଛି ।