ବନ୍ୟାରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ: ଘର ଭିତରେ ଆଣ୍ଠୁଏ ପାଣି, ପ୍ରଶାସନର ନିରବ

 ରାଜକନିକା : ଖରସ୍ରୋତା ନଦୀରେ ଚତୁର୍ଥ ଥର ବନ୍ୟା ଆସିବା ଯୋଗୁ ରାଜକନିକା ବ୍ଲକ କାଟଣାବଣିଆ ପଞ୍ଚାୟତର ପ୍ରାୟ ୯ଟି ଗାଁ ବିଶାଘାଟ, ଜୟକୁଣ୍ଡା, ବାଜପୁର, ପତରପୁର, ବିରାଡ଼ିଆ, ଡାଇନିଗିରି, ଧାମରା, ସିଙ୍ଗିଡ଼ି ଓ ପାଣ୍ଡୁରିକୋଇଲରେ ଘର ଭିତରେ ବନ୍ୟା ଜଳ ପ୍ରଭାହିତ ହେଉଥିବା ଦେଖିବାକୁ ମିଳିଛି । ତେବେ ସୂଚନା ଅନୁଯାଇ କାଟଣାବଣିଆ ପଞ୍ଚାୟତରେ ଦୀର୍ଘ ୩ମାସ ଭିତରେ ୪ଥର ବନ୍ୟା ଆସିଥିବାରୁ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ସହିତ ଘର ଭିତରେ ଆଣ୍ଠୁଏ ପାଣି ପଶିଯାଇଛି । ଏହାସହିତ କେତେକ ସ୍କୁଲରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ପଠା ପଢା ଠପ୍ ହୋଇଯାଇଛି । ତେବେ ପ୍ରଶାସନ ପକ୍ଷରୁ କୌଣସି ରିଲିଫ, ଗୋଖାଦ୍ୟ, ପାନୀୟ ଜଳ କିମ୍ବା ପ୍ରଶାସନିକ ଅଧିକାରୀ ଅପର୍ଯ୍ୟନ୍ତ ପହଞ୍ଚି ପାରି ନାହାଁନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏହା ସହିତ ନଳକୂପ ଗୁଡିକ ବୁଡିଯିବାରୁ ଲୋକମାନେ ପାଣୟୀ ଜଳ ପାଇଁ ହନ୍ତସନ୍ତ ହେଉଥିବା ବେଳେ, ବାଧ୍ୟ ହୋଇ ବନ୍ୟା ଜଳକୁ ପିଇବାକୁ ପଡୁଥିବା ଅଭିଯୋଗ ହୋଇଛି । ତେବେ ରାଜକନିକା ପ୍ରଶାସନ ତୁରନ୍ତ ବନ୍ୟା ପୀଡିତାଙ୍କୁ ସବୁପ୍ରକାର ସୁବିଧା ଯୋଗାଇ ଦେବାକୁ ସରପଞ୍ଚ ଶୁଭସ୍ମିତା ନାୟକ, ପ୍ରଫୁଲ୍ଲ ନାୟକ, ଆମର ଜେନା, ଗୋବର୍ଦ୍ଧନ ବେହେରା, ସୁବ୍ରତ ଦାସ, ଆଦିକନ୍ଦ ବେହେରା, ଡିଙ୍ଗମ୍ବାର ବେହେରା, ମଳୟ ରାଉତ, ହରି ସାମଲ, ମହେଶ୍ୱର ବାରିକ, ଶ୍ରୀନିବାସ ବେହେରା, ଗଗନ ବେହେରା ପ୍ରମୁଖ ଦାବି କରିଛନ୍ତି ।