ଦିବ୍ୟାଙ୍ଗ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପିସେବା, ଭିନ୍ନକ୍ଷମଙ୍କ ଅଧିକାରର ସଚେତନତା ଓ ସଶକ୍ତି କରଣ ପାଇଁ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଆର୍ଥିକ ସହାୟତା ରାଶି ଚଉଡ କୁଲାଟ ଥାନା କୁରୁତୁଙ୍ଗା ମୌଜାର ଚଳନ ଶକ୍ତି ବାଧିତ ଦିବ୍ୟାଙ୍ଗ ପ୍ରହଲ୍ଲାଦ ଯେନାଙ୍କୁ ପ୍ରଦାନ କରାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନିଜ ଦୁଇ ବଖରା ଚାଳିଆ ଘରର ଆଗ ପଟେ ପ୍ରହ୍ଲାଦ ଏକ ଛୋଟ ପାନଦୋକାନ କରି ନିଜର ପାଞ୍ଚପ୍ରାଣୀ ପରିବାର ପୋଷଣ କରିବାରେ ଆର୍ଥିକ ଅନଟନର ସମ୍ମୁଖୀନ ହେଉଥିଲେ । ନିଜର କ୍ଷୁଦ୍ର ଦୋକାନର ଅଭିବୃଦ୍ଧି ପାଇଁ ସେପୁନର୍ବାସ ଅନୁଷ୍ଠାନର ସହାୟତା ଲୋଡିଥିଲା । ଅନୁଷ୍ଠାନ ପକ୍ଷରୁ କୋଷାଧ୍ୟକ୍ଷ ଶିବଚରଣ ସାମଲ ଓ ସହ ସମ୍ପାଦକ ବଂଶୀଧର ମହାନ୍ତି କୁରୁତୁଙ୍ଗା ଗ୍ରାମକୁ ଯାଇ ଦିବ୍ୟଙ୍ଗ ପ୍ରହ୍ଲାଦକୁ ଦଶହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରିଥିଲେ ।