ତଥାଗତଙ୍କ କଟାକ୍ଷ : ଗଲାଣି ବିଜେଡ଼ିର ଏକ୍ସପାରି ଡେଟ୍

ତଥାଗତଙ୍କ କଟାକ୍ଷ : ଗଲାଣି ବିଜେଡ଼ିର ଏକ୍ସପାରି ଡେଟ୍

ଭୁବନେଶ୍ୱର: ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ଶତପଥୀ ତେରେଛା ବାଣ ମାରିବାରେ ମାହିର  । ବେଳକାଳ ଉଣ୍ଡି ପିନ୍ ମାରିବାରେ ବି ସେ ଓସ୍ତାଦ୍  । ବିଜୁ ଜନତା ଦଳ ଉପ-ରାଷ୍ଟ୍ରପତି ନିର୍ବାଚନରେ ଅନୁପସ୍ଥିତ ରହିବାକୁ ନେଇ ତଥାଗତ ‘ଏକ୍ସ’ରେ ଯାହା ପୋଷ୍ଟ କରିଛନ୍ତି, ତାହାକୁ ନେଇ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି  । ବିଜେଡ଼ିର ପୂର୍ବତନ ସାଂସଦ ଶ୍ରୀ ଶତପଥୀ ଉଲ୍ଲେଖ କରିଛନ୍ତି ଯେ, ବିଜେଡ଼ି ସୁଇସାଇଡ଼୍ କରିଦେଲା  । ସେହିପରି ସବୁ ଜିନିଷର ଗୋଟିଏ ଏକ୍ସପାରୀ ଡେଟ୍ ଥାଏ  । ତେଣୁ ବିଜୁ ଜନତା ଦଳର ବି ଏକ୍ସପାରୀ ଡେଟ୍ ରହିଛି  । ଗଣମାଧ୍ୟମ ଭଳି ମୁଁ ମଧ୍ୟ ମଜା ଦେଖୁଛି ବୋଲି ତଥାଗତ କହିଛନ୍ତି । ସୂଚନାଯୋଗ୍ୟ ଯେ, ଢେଙ୍କାନାଳରୁ ବାର୍ବାର୍ ଜିତି ଆସିଥିବା ତଥାଗତ ୨୦୧୯ ସାଧାରଣ ନିର୍ବାଚନଦ୍ଭ ୭ ପୃଷ୍ଠାରେ... ପୂର୍ବରୁ ରାଜନୀତିକୁ ବାଏ ବାଏ କରି ଦେଇଥିଲେ ।  ତାଙ୍କ ପୁଅ ମନାକଲା ବୋଲି ରାଜନୀତିରୁ ସନ୍ୟାସ ନେବା ନେଇ ସେ ଘୋଷଣା କରିଥିଲେ  । ପାଖାପାଖି ୬ ବର୍ଷ ଧରି ତଥାଗତ ରାଜନୀତିରେ ନଥିଲେ ବି ବୁଲେଇ ବାଙ୍କେଇ ସେ ଭିକେ ପାଣ୍ଡିଆନ୍ଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି । ଗଣମାଧ୍ୟମରେ ହେଉ ବା ସାମାଜିକ ଗଣମାଧ୍ୟମରେ ତଥାଗତଙ୍କର ଏହି ଶାଣିତ ଆକ୍ରମଣ ରାଜ୍ୟ ରାଜନୀତିକୁ ଚହଲାଇ ଦେଇଛି ।