ଉପେକ୍ଷିତ ଯାଜପୁର ଜିଲାର ଐତିହ୍ୟ ପ୍ରକଳ୍ପ : ମୁଣ୍ଡି ମାରିବାକୁ ନାହିଁ ସରକାରଙ୍କ ନିଘା
ଯାଜପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମୁଖ ଐତିହ୍ୟ ସ୍ଥଳର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି । ପୂର୍ବ ସରକାରଙ୍କ ଅମଳରେ ଯେଉଁ କେତୋଟି ପ୍ରକଳ୍ପ ହାତକୁ ନିଆ ଯାଇଥିଲା ତାହା ଅଧପନ୍ତରିଆ ଅବସ୍ଥାରେ ପଡିରହିଛି । ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦତପୁରଠାରେ ସ୍ଥାପନ କରାଯାଇଥିବା ଭକ୍ତ ବନ୍ଧୁ ମହାନ୍ତି ପ୍ରତିମୂର୍ତ୍ତି ଏଯାବତ ଉନ୍ମୋଚିତ ହୋଇ ପାରିଲାନାହିଁ । ପ୍ରତିମୂର୍ତ୍ତି ସ୍ଥାପନ ହେବା ପରେ ଏବେ ଜମି ଅଧିଗ୍ରହଣ ପାଇଁ ଚିଠି ଦିଆଯାଇଛି । ସରକାରଙ୍କ ପକ୍ଷରୁ ଏବେ ହାତକୁ ନିଆ ଯାଇଥିବା ପ୍ରକଳ୍ପ ଓ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟ ଓଡିଶା ସେତୁ ନିର୍ମାଣ ନିଗମ କରୁଛି । ପ୍ରସ୍ତାବିତ ୧୦ଟି ଜିଲାର ୨୪ଟି ପ୍ରକଳ୍ପ ପାଇଁ ୯୫୬.୨୯କୋଟି ଟଙ୍କା ବ୍ୟୟମଂଜୁର ହୋଇଛି । କିନ୍ତୁ ପୁରାତନ ଐତିହ୍ୟ ସମ୍ପନ୍ନ ଯାଜପୁରବାସୀଙ୍କ ଭାଗ୍ୟ ପଥର ତଳେ ରହିଯାଇଛି । ଓଡିଶାରେ ମୁଖ୍ୟ ଐତିହ୍ୟ ସ୍ଥଳୀ ହେଉଛି କଟକ ଓ ଯାଜପୁର । ସରକାର ଯାଜପୁର ଜିଲାକୁ ଛାଡି ଅନ୍ୟ ୧୦ଟି ଜିଲ୍ଲା ପାଇଁ ପ୍ରକଳ୍ପ ମଂଜୁର କରିବା ଯୋଗୁ ଜିଲ୍ଲାବାସୀଙ୍କ ମନରେ କ୍ଷୋଭ ସୃଷ୍ଟି ହୋଇଛି । ସରକାରଙ୍କ ବିଧାନ ଅନୁଯାୟୀ ଐର ଖାରବେଳ ସମୟରୁ ଆରମ୍ଭ କରି ପାଇକ ବିଦ୍ରୋହ ପର୍ଯ୍ୟନ୍ତ ଯେଉଁ କୀର୍ତ୍ତିରାଜି ଲୋକଲୋଚନ ଆଢୁଆଳେ ରହିଯାଇଛି ତାର ପୁନରୁଦ୍ଧାର କରିବା, ପୁରାତନ ମନ୍ଦିର, ସ୍ମାରକୀ ପୀଠ ଗୁଡିକର ବିକାଶ ଘଟାଇବା ଲକ୍ଷ୍ୟ ରଖାଯାଇଛି । ଏହି ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଯାଜପୁରର ଐତିହ୍ୟ କିଛି କମ ନୁହେଁ । ସମଗ୍ର ଜିଲ୍ଲାର ମା’ବିରଜାଙ୍କ ଭକ୍ତମାନେ ଦୀର୍ଘ ୨ବର୍ଷ ଧରି ମା’ବିରଜା ମନ୍ଦିରର ରୂପାନ୍ତିକରଣ ଦେଖିବାକୁ ଉସôୁକ ଥିବା ବେଳେ ଆରମ୍ଭରୁ ଏହି ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା କେଁ କାରଣରୁ ପ୍ରକଳ୍ପ ଅଟକିଛି ବୋଲି ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନ ଉଠିଥିଲା । ହେଲେ ପ୍ରକଳ୍ପ ପୁର୍ଣ୍ଣାଙ୍ଗତା ପାଇଁ ଜିଲ୍ଲା ମହୋସôବରେ ଖୋଦ ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇ ଯାଇଥିଲେ ହେଁ ଏହାର କାର୍ଯ୍ୟ ସମ୍ଭବ ମନେହେଉ ନାହିଁ ।