ବ୍ରାଉନ ସୁଗାର ଜବତ, ୨ ଗିରଫ

 ଜଗତସିଂହପୁର : ଜଗତସିଂହପୁର ନୂତନ ଏସପି ଓ ନୂତନ ଥାନା ଅଧିକାରୀ ଯୋଗ ଦେବା ପରେ ମାତ୍ର ୧୦ ଦିନ ଭିତରେ ଅପରେସନ ପ୍ରହାରକୁ କଡାକଡି ଭାବେ ପାଳନ କରାଯିବା ସହିତ ପ୍ରାୟ ୧୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହିତ ୭ ଜଣ ଆସାମୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଆଜି ଜଗତସିଂହପୁର ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଏସଆଇ ମିତ୍ରଭାନୁ ଓଝାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଜାତୀୟ ରାଜପଥ ୫୫ ପାର୍ଶ୍ୱରେ ଥିବା ଇଟାପଡା ଗ୍ରାମରୁ ଦୁଇ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ଠାରୁ ୪୦ ଗ୍ରାମ ବ୍ରାଉନ ସୁଗାର ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛନ୍ତି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ପପୁ ଓରଫ ପବିତ୍ର ମହାନ୍ତି (୨୮) ଏବଂ ନିରଞ୍ଜନ ମହାନ୍ତି (୫୮) ସେମାନଙ୍କ ବିରୋଧରେ ବିଭିନ୍ନ ପ୍ରକାର ଦଫା ଲଗାଇ ଏନଡିପିଏସ ଆଇନରେ କେସ କରାଯାଇଥିବାର ଜଗତସିଂହପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।