ଜଗନ୍ନାଥ ମନ୍ଦିରର ନୂତନ ବିଗ୍ରହ ପାଇଁ ଦାରୁ ଚୟନ
ନବରଙ୍ଗପୁର/ ନନ୍ଦହାଣ୍ଡି : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମୁଲି ଗ୍ରାମରେ ନୂତନ ଶ୍ରୀ ଜଗନ୍ନାଥ ମନ୍ଦିରର ନୂତନ ବିଗ୍ରହ ନିର୍ମାଣ ପାଇଁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗ୍ରାମରୁ ନିମ ଦାରୁ ଚୟନ କରାଯାଇଛି । ଆଜି ବନଯୋଗ ଯାତ୍ରାରେ ନିମ ଦାରୁ ଛେଦନ କରାଯାଇଛି । ପୂର୍ବରୁ ଦହଣା ଗ୍ରାମ ନିକଟ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ତଥା ଦହଣା ଗ୍ରାମରୁ ଝଡିଆଗୁଡା ଗ୍ରାମ ଦେଇ ଯାଉଥିବା ସତ୍ୟ ନାରାୟଣ ରଥଙ୍କ ଚାଷ ଜମି ନିକଟରେ ଥିବା ନିମ ବୃକ୍ଷକୁ ଚୟନ କରାଯାଇଥିଲା । ଏନେଇ କୁମୁଲି ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କମିଟି ସଦସ୍ୟ ବୃକ୍ଷ ଚୟନ କରାଯାଇଥିବା ନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ବୃକ୍ଷରେ ବିଗ୍ରହ ନିର୍ମାଣ ପାଇଁ ଅନୁମତି ମଗାଯାଇଥିଲା । ଏଥିପୂର୍ବରୁ ପୁରୀରୁ ବିଶ୍ୱକର୍ମା ଆସି ଚତୁର୍ଦ୍ଧା ମୂର୍ତିଙ୍କ ବିଗ୍ରହ ପାଇଁ ଏହା ଉପଯୁକ୍ତ ଥିବା ଏବଂ ବୃକ୍ଷରେ ଆବଶ୍ୟକୀୟ ଲକ୍ଷଣ ଯଥା ବୃକ୍ଷର ଅନତି ଦୂରରେ ବାଲୁଙ୍କେଶ୍ୱର ମନ୍ଦିର, ପୁଷ୍କରିଣୀ, ଶ୍ମଶାନ, ବୃକ୍ଷ ମୂଳେ ଉଇ ହୁଙ୍କା, ଥିବା ସହିତ ଆବଶ୍ୟକୀୟ ଦିବ୍ୟ ସଂକେତ ଯଥା ଶଙ୍ଖ, ଚକ୍ର, ଗଦା, ପଦ୍ମ ରହିଥିବା ସୂଚନା ରହିଥିବା କୁମୁଲି ଗ୍ରାମବାସୀଙ୍କୁ ଜଣାଇଥିଲେ । ପୁରୀ ବିଶ୍ୱକର୍ମାଙ୍କ ଆଦେଶ ଅନୁସାରେ କୁମୁଲି ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ସଦସ୍ୟ ଦେବେନ୍ଦ୍ର ତ୍ରିପାଠୀ, ଗଣେଶ୍ୱର ମହାପାତ୍ର, ହରି ହର ପଟ୍ଟନାୟକ, ବାଳକୃଷ୍ଣ ଷଡଙ୍ଗୀ, ମନୋଜ ତ୍ରିପାଠୀ, ମଧୁରୀ ମୋହନ ହୋତା, ନୀଳକଣ୍ଠ ହୋତା, ଭବାନୀ ପ୍ରସାଦ ହୋତା, ଗୌରିଶଙ୍କର ଷଡଙ୍ଗୀ, ଆସି ଦାରୁ ମୂର୍ତି ନିର୍ମାଣ ପାଇଁ ନିମନ୍ତ୍ରଣ ତଥା ଅନୁମତି ମାଗିଥିଲେ । ଶରତ ଚନ୍ଦ୍ର ତ୍ରିପାଠୀଙ୍କ ପୌରହିତରେ ନିମ ବୃକ୍ଷରେ କପଡା ବାନ୍ଧି ଅଭିମନ୍ତ୍ରିତ କରାଯାଇଥିଲା । ଆଜି ସମସ୍ତ ବୈଦିକ ରୀତିନୀତି ଅନୁସାରେ ଏହି ବୃକ୍ଷକୁ ଛେଦନ କରାଯାଇଥିଲା । ଦହଣା ବନଜଗ ଯାତ୍ରା ବୃକ୍ଷ ଛେଦନ କାର୍ଯ୍ୟକ୍ରମରେ ପଞ୍ଚାନନ ହୋତା ଓ ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ହୋତା ହୋମ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ମୁଖ୍ୟ ପୁରୋହିତ ଶରତ ଚନ୍ଦ୍ର ତ୍ରିପାଠୀଙ୍କ ପୌରହିତ୍ୟରେ ଶିବ ପ୍ରସାଦ ମିଶ୍ର, ସୌମ୍ୟ କାନ୍ତ ତ୍ରିପାଠୀ, ପ୍ରଖର ପ୍ରଂଜ୍ଞ ଶତପଥୀ ପୂଜା ହୋମ କାର୍ଯ୍ୟ ପରିଚାଳନା କରିଥିଲେ ।
ଦହଣା ଗ୍ରାମବାସୀ ମାନେ ମଧ୍ୟ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯାଇଥିଲା । ଏବଂ ଭକ୍ତ ମାନଙ୍କ ପାଇଁ ଦହଣା ଗ୍ରାମବାସୀ ଙ୍କ ତରଫରୁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ଏହି ସମୟ ରେ ଗ୍ରାମର ସତ୍ୟନାରାୟଣ ରଥ, ଶରତ ଚନ୍ଦ୍ର ଦାଶ, ପ୍ରଦୀପ ତ୍ରିପାଠୀ, ରୁନା ଦାଶ, ଗୌର ହରି ଶତପଥୀ, ପରେଶ ଚନ୍ଦ୍ର ଦାଶ, ଜୀବନ ତ୍ରିପାଠୀ, ଶ୍ରୀଚକ୍ର ଦାଶ, ନୀଳମାଧବ ଷଡଙ୍ଗୀ, ଶିଶିର ଦାଶ, ରମେଶ ତ୍ରିପାଠୀ, ରାମେଶ୍ୱର ରଥ, ସମୀର ଦାଶ, ରାଜେଶ ଦାଶ, ଅବିନାଶ ଶତପଥୀ, ଚତୁର୍ଦ୍ଧା ମୂର୍ତି ଙ୍କ ବିଗ୍ରହ ତିଆରି ହେବା ପରେ ମନ୍ଦିର ପ୍ରତିଷ୍ଠା ପାଇଁ ଦିନ ଧାର୍ଯ୍ୟ କରାଯିବ ବୋଲି କୁମୁଲି ଗ୍ରାମ ଶ୍ରୀ ଜଗନ୍ନାଥ କମିଟି ତରଫରୁ ସୂଚନା ମିଳିଛି । କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ନବରଙ୍ଗପୁର ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ମୁନ୍ନା ତ୍ରିପାଠୀ, ନନ୍ଦାହାଣ୍ଡି ଅଧ୍ୟକ୍ଷା , ନନ୍ଦାହାଣ୍ଡି ଜନ ୨ ଜିଲ୍ଲା ପରିଷଦ ସଭ୍ୟ ଅରୁଣ ମିଶ୍ର, ତେନ୍ତୁଳିଖୁଣ୍ଟି ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ ।