୭୬ ୟୁନିଟ୍ ରକ୍ତ ସଂଗୃହୀତ

 ସମ୍ବଲପୁର : ସ୍ଥାନୀୟ ମହାବୀର ପଡ଼ା ସ୍ଥିତ ପଞ୍ଚମୁଖୀ ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ଏକ ଶିବିରରେ ୭୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏଥିରେ ଅନେକ ପୁରୁଷ ଓ ମହିଳା ପ୍ରଥମ କରି ରକ୍ତଦାନ କରିଥିଲେ । ବୁର୍ଲା ରକ୍ତଭଣ୍ଡାର ଅଧିକାରୀ ଡା. ବିଶାଳ ଯାଦବ, କାଉନ୍ସେଲର ମଣ୍ଟୁ ପ୍ରଧାନ, ଟେକ୍ନିସିଏନ୍ କରୁଣାକର ସାହୁ, ରଜତ ପଟେଲ, ଜଗଦୀଶ ସାହୁ, ଆଟାଣ୍ଡାଣ୍ଟ ଶିବିର ପରିଚାଳନା କରିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ଜୟନାରାୟଣ ମିଶ୍ର ସମ୍ମାନିତ ଅତିଥି ଏବଂ ସମାଜସେବୀ ସୁଧୀର ପୂଜାରୀ, ବିଏଏ ସମ୍ପାଦକ ସୁନୀଲ ସାହୁ, ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ନାଉରୀ ନାୟକ, କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପଣ୍ଡା, ସମ୍ପାଦକ କାହ୍ନୁରାମ ଶର୍ମା, ପ୍ରକାଶ ଅଶୋକ ପଟ୍ଟନାୟକ, ମହେଶ ପଟେଲ, ବଳରାମ ହୋତା ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଚେତନା ନାଟ୍ୟ ଅନୁଷ୍ଠାନ, ନଟରାଜ, ଓଆଇସି କମ୍ପୁ୍ୟଟର ଶିକ୍ଷାକେନ୍ଦ୍ର ପ୍ରଭୃତି ଅନୁଷ୍ଠାନ ଶିବିରରେ ସହଯୋଗ କରିଥିଲେ ।