ଗଞ୍ଜେଇ ଜବତ, ମହିଳା ଗିରଫ
ଭଣ୍ଡାରିପୋଖରୀ : ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଗଞ୍ଜେଇ, ଚରସ, ମଦ ଜବତ ହେଉଥିବା ବେଳେ ଭଣ୍ଡାରିପୋଖରୀ ଥାନା ଅଞ୍ଚଳ ସେଥିରୁ ବାଦ ପଡୁଥିଲା । ଜିଲ୍ଲା ପୁଲିସ ଅଧିକ୍ଷକ ମନୋଜ କୁମାର ରାଉତ ଏଥିନେଇ ଉଭୟ ପୁଲିସ ଓ ଅବକାରୀ ପୁଲିସକୁ କଡା ତାଗିଦ କରିବା ପରେ କିଛି ମାତ୍ରାରେ ତତ୍ପରତା ପ୍ରକାଶ ପାଇଛି । ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବଡବନସ୍ତା ଗ୍ରାମର କୁନି ସାହୁଙ୍କ ପନôୀ ଭାରତୀଙ୍କ ଘରୁ ୨ କିଲୋ ୪ଶହ ୭୦ଗ୍ରାମ ବେଆଇନ ଗଞ୍ଜେଇ ମଙ୍ଗଳବାର ମଧ୍ୟାନ୍ନରେ ଫାଣ୍ଡି ପୁଲିସ ଜବତ କରିଥିବା ଜଣାଯାଇଛି । ଭାରତୀ ଜଣେ ପେଷାଦାର ଗଞ୍ଜେଇ ବିକ୍ରେତା ଭାବେ ଜଣାଶୁଣା । ଗତ ଜୁଲାଇ ୯ ତାରିଖରେ ଭାରତୀଙ୍କ ଘରୁ ୮କିଲୋ ଗଞ୍ଜେଇ ଜବତ କରାଯାଇ ମାମଲା ଋଜୁ ହୋଇଥିଲା । ମାତ୍ର ଗଞ୍ଜେଇ ବିକ୍ରୟ ବନ୍ଦ ହୋଇନଥିଲା । ପୁନର୍ବାର ପାଇଁ ଘରେ ବେଆଇନ ଗଞ୍ଜେଇ ମହଜୁଦ କରି ରଖାଯାଇଥିବା ସୂଚନା ପାଇ ଥାନାଧିକାରୀ କମଳାକାନ୍ତ ଦାସ, ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି, ସବଇନିସପେକ୍ଟର ସ୍ନେହପ୍ରଭା ସାହୁଙ୍କ ନେତୃତ୍ୱରେ କନେଷ୍ଟବଳ ବିଚିତ୍ରାନନ୍ଦ ବେହେରା, ରଞ୍ଜୁ ମହାଳିକ ଚଢାଉ କରି ଗଞ୍ଜେଇ ଜବତ କରିଥିଲେ । ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକଙ୍କ ଉପସ୍ଥିତିରେ ପୁଲିସ ଜବତ ଗଞ୍ଜେଇ ଓଜନ କରି ଜଉମୁଦ ଦେବା ସହ ଭାରତୀକୁ ଗିରଫ କରିଥିଲା ।