ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

 ଜଗତସିଂହପୁର :  ଜଗତସିଂହପୁର ଜÿିଲ୍ଲା ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କର ଆସୋସିଏସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଧଶ୍ୱରେ ୮ ଦଫା ଦାବୀ ସମ୍ବଳିତ ଦାବିପତ୍ର ଜÿିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରଯାଇଛି  । ସମଗ୍ର ଭାରତରେ ଆଇସିଡ଼ିଏସ ଯୋଜନା ୫୦ ବର୍ଷ ପୂରଣ ହେବାପାଇଁ ଯାଉଛି  । ଏହି ଯାତ୍ରାରେ ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ସହାୟିକାମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛାକୃତ ଭାବେ କର୍ତ୍ତବ୍ୟ ପାଳନ କରିଆସୁଛନ୍ତି  । ପୋଲିଓ ନିରାକରଣ, ମାତୃ ଓ ଶିଶୁ ମୃତୁ୍ୟ ହାରରେ ବ୍ୟାପକ ହ୍ରାସ ସମ୍ଭବ ହୋଇପାରିଛି  । ୨୦୧୮ ରୁ ଅଦ୍ୟାବଧି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ସୁବିଧା ପ୍ରତି କୌଣସି ଗୁରୁତ୍ୱ ଦିଆଯାଇନାହିଁ  । ଏନେଇ ଅଖିଳ ଭାରତୀୟ ଅଙ୍ଗନବାଡି କର୍ମଚାରୀ ମହାସଂଘର ଜÿିଲ୍ଲା ସଭାନେତ୍ରୀ ସୌଦାମିନୀ ତ୍ରିପାଠୀଙ୍କ ନେତୃତ୍ୱରେ ସ୍ଥାନୀୟ ଏସକେ ଏକାଡେମୀ ପଡିଆରୁ ରାଲି ବାହାରି ସହର ପରିକ୍ରମା କରି ଜÿିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା  । ଏଥିସହିତ ୧୧ ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବାସହ ବିକ୍ଷୋଭ ପ୍ରଦର୍ଶନ ସହ ଅଙ୍ଗନବାଡି କର୍ମୀ ଓ ସହାୟିକା ସମସ୍ୟା ନେଇ ମତ ରଖିଥିଲେ  । ୧୧ ଦଫା ଦାବୀ ମଧ୍ୟରେ ମୁଖ୍ୟ ଦାବୀ ଗୁଡିକ ହେଲା ଆଇସିଡ଼ିଏସ ଯୋଜନାର ନାମ ଉଛେଦ କରି ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯିବା, ସରକାରୀ କରଣ ହେବାପର୍ଯ୍ୟନ୍ତ କର୍ମୀଙ୍କ ପାଇଁ ସର୍ବନିମ୍ମ ୧୮ ହଜାର ଏବଂ ସହାୟିକା ମାନଙ୍କ ପାଇଁ ୯ ହଜାର ଟଙ୍କା ଦରମା ଲାଗୁ କରିବା, ଅବସର ପରେ କର୍ମୀମାନଙ୍କୁ ଦଶ ଲକ୍ଷ୍ୟ ଓ ସହାୟିକା ମାନଙ୍କୁ ପାଞ୍ଚ ଲକ୍ଷ୍ୟ ପ୍ରଦାନ କରିବା, ନୂତନ ଶିକ୍ଷା ନୀତି (ପୃଷ୍ଟି ଓ ଶିକ୍ଷା ) ଅଧୀନରେ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ମାନଙ୍କୁ ଅନ୍ତର୍ଭୁକ୍ତ କରି ଯୋଗ୍ୟତା ଆଧାରରେ ଶିକ୍ଷକର ମାନ୍ୟତା ଏବଂ ସମସ୍ତ ସୁବିଧା ପ୍ରଦାନ କରାଯିବା ଭଳି ବହୁ ଦାବୀ ଏଥିରେ ଅନ୍ତଭୁକ୍ତ  ।