ରାଇଡିହା ଉଚ୍ଚ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

 କେନ୍ଦୁଝର : ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଇଡିହାର ନବାଗତା ଏକାଦଶ ଶ୍ରେଣୀର ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରଦୀପ୍ତା କୁମାରୀ ବ୍ରହ୍ମ ସଭାପତିତ୍ୱ କରିଥିଲେ । ରାଇଡିହା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦ୍ୱାଦଶ ବିଜ୍ଞାନ ଶ୍ରେଣୀର ଛାତ୍ରୀମାନେ ପାରମ୍ପାରିକ ରୀତିରେ ଗୁରୁ ବନ୍ଦନା ଓ ସ୍ୱାଗତ ସଂଗୀତ ଗାନ କରି ସଭା ଆରମ୍ଭ କରିଥିଲେ । ଶଙ୍ଖ,ହୁଳହୁଳି ସହ ଫୁଲଚନ୍ଦନ ଦେଖ ଗୁରୁମାନଙ୍କୁ ପୂଜା କରିବା ସହ ନବାଗତା ଛାତ୍ରୀମାନଙ୍କୁ ମଧ୍ୟ ଚନ୍ଦନ ତିଳକ ଲଗାଇ ଉପହାର ପ୍ରଦାନ କରାଯାଇଥିଲା । ଅଧ୍ୟକ୍ଷା ତାଙ୍କ ଅଭିଭାଷଣରେ ଛାତ୍ରୀମାନେ ନିଜ ମଧ୍ୟରେ ଆତ୍ମ ବିଶ୍ୱାସ ଜାଗ୍ରତ କରି କର୍ତ୍ତବ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଧାନଶିକ୍ଷକ ଛାତ୍ରୀମାନଙ୍କୁ ନୀତିନିୟମ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ଦୀପ୍ତିରଞ୍ଜନ ମଲ୍ଲିକ,ଡ଼ ଚନ୍ଦ୍ରକାନ୍ତ ମିଶ୍ର ଏବଂ ଅଧ୍ୟାପିକା ଶୁଭଶ୍ରୀ ଶୁଭସ୍ମିତା ଖିଲାର ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ସୁପରାମର୍ଶ ଦେଇଥିଲେ । ଅଧ୍ୟାପିକା ବନ୍ଦିତା ମହାପାତ୍ର, ଅଧ୍ୟାପକ ବାଦଲ କୁମାର ବେହେରା ସଭା ପରିଚାଳନାରେ ସହଯୋଗ କରିଥିଲେ ।