ପ୍ରବାସୀ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ

 ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ, ଜିଲ୍ଲା ଶ୍ରମ ଅଧିକାରୀ,  ଅନ୍ୟାନ୍ୟ କର୍ମଚାରୀ ଓ ଟ୍ରେଡ ୟୁନିୟନ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଏକ ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥଟି ଆସନ୍ତା ୧୦ଦିନ ଧରି ସମସ୍ତ  ବ୍ଲକ ସହିତ ଗ୍ରାମପଞ୍ଚାୟତକୁ ଗଡିବା ସହିତ ପ୍ରବାସୀ ଶ୍ରମିକମାନଙ୍କୁ ନିରାପଦ ତଥା ଆଇନ୍ ସମ୍ମତ ଭାବେ ବାହାର ରାଜ୍ୟକୁ ଯାଇ କାର୍ଯ୍ୟ କରିବା ସମ୍ବନ୍ଧରେ ବାର୍ତ୍ତା ଓ ସଚେତନତା ପ୍ରସାର କରିବ । ଏହା ସହ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ସଚେତନ କରାଯିବା ସହ ସେମାନେ ଯିବା ପୂର୍ବରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଲକ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ତାଙ୍କର ନାମ, ଠିକଣା ଓ କେଉଁ ରାଜ୍ୟକୁ କେତେଦିନ ପାଇଁ ଯାଉଛନ୍ତି, ଶ୍ରମ ଠିକାଦାର ଏଜେଣ୍ଟ ସହାୟତାରେ ଯାଉଥିଲେ ତାଙ୍କର ନାମ ଠିକଣା ଯୋଗାଯୋଗ ନମ୍ବର ଇତ୍ୟାଦି ଦାଖଲ ଓ ପଞ୍ଜିକରଣ କରି ଯିବା ସମ୍ବନ୍ଧରେ ସଚେତନତା ଜାଗୃତ କରିବ ଓ ଏହା ସମ୍ବନ୍ଧୀୟ ପ୍ରଚାର ପତ୍ର ବଣ୍ଟନ କରିବ ।