କଲରା ଖାଇବାର ଫାଇଦା

Benefits-of-eating-Bitter-Gourd

କଲରା ଖାଇବାର ଫାଇଦା

ସବୁଜ ପନିପରିବା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । କଥାରେ କୁହାଯାଏ ଯେ - ‘ରୁଚୁ ନ ରୁଚୁ ଖା ପିତା, ବୁଝ୍‌ ନ ବୁଝ୍‌ ପଢ଼ ଗୀତା, । କଲରାର ସ୍ୱାଦ ସିନା ପିତା, ହେଲେ ଏଥିରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟିଶକ୍ତି ପାଇଁ ବେଶ୍‌ ଲାଭପ୍ରଦ ହୋଇଥାଏ । ଏଥିରେ ଭରପୁର ମାତ୍ରାରେ ଭିଟାମିନ-ସି ରହିଛି । କଲରା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । କଲରା ଖାଇବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ । ଏଥିରେ ଭିଟାମିନ୍‌-ଏ ଥିବାରୁ ଏହା ଶରୀରରେ ଚର୍ମ ଗଠନ କରିଥାଏ । ଅଧିକାଂଶ ଲୋକ କଲରା ଖାଇବାକୁ ପସନ୍ଦ କରି ନଥାନ୍ତି । ଡାଇବେଟିସ୍‌ ରୋଗୀ ଏହାକୁ ପ୍ରତିଦିନ ଖାଇବା ନିହାତି ଦରକାର । କାରଣ ଏହା ରକ୍ତରେ ସୁଗାର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ । ଏହାର ଜୁସ୍‌ ଶରୀର ପାଇଁ ବେଶ୍‌ ଉପକାରୀ ହୋଇଥାଏ । ଏହାର ସେବନ ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବା ସହ ଉଚ୍ଚ ରକ୍ତଚାପ ଏବଂ ଆଜ୍‌ମା ଭଳି ସ୍ୱାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିଥାଏ । କଲରାରେ କ୍ୟାଲୋରି, ଫ୍ୟାଟ୍‌ ଏବଂ କାର୍ବୋହାଇଡ୍ରେଟ୍‌ ରହିଛି, ଯାହା ଶରୀରର ଓଜନକୁ ସନ୍ତୁଳିତ ରଖିଥାଏ । ଏହାବ୍ୟତୀତ ଶରୀରରେ ଆଲର୍ଜି ହେବାକୁ ଦେଇ ନ ଥାଏ । କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିବା ସହ ରକ୍ତ ପରିଷ୍କାର କରେ ଏବଂ ଖାଦ୍ୟ ହଜମରେ ମଧ୍ୟ ସହାୟକ ହୋଇଥାଏ । କେବଳ କଲରା ନୁହେଁ କଲରାର ପତ୍ର ବି ସ୍ୱାସ୍ଥ୍ୟ ପାଇଁ ହିତକର ହୋଇତାଏ । ଶରୀରରେ ହୋଇଥିବା ଘା'ରୁ ରକ୍ଷା ପାଇବା ପାଇଁ କଲରା ପତ୍ର ବେଶ୍‌ ଲାଭକାରୀ ହୋଇଥାଏ । କଲରା ପତ୍ରକୁ ବାଟି କ୍ଷତ ସ୍ଥାନରେ ଲଗାଇବା ଦ୍ୱାରା ଶିଘ୍ର ଭଲ ହୋଇଯାଇଥାଏ । କଲରା ପତ୍ରକୁ ମୁଲତାନୀ ମାଟି ସହ ମିଶାଇ ଏହାକୁ ପାଟିରେ ହୋଇଥିବା କ୍ଷତ ସ୍ଥାନରେ ଲଗାଇବା ଦ୍ୱାରା ପାଟିରେ ହୋଇଥିବା କ୍ଷତ ଭରି ଯାଇଥାଏ । ଦୀର୍ଘ ଦିନ ଧରି ମୁଣ୍ଡ ବିନ୍ଧା ଲାଗି ରହୁଛି ତେବେ କଲରା ପତ୍ରକୁ ବାଟି ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧାରୁ ଉପଶମ ମିଳିଥାଏ । କଲରାରେ ଭିଟାମିନ -ଏ, ସି ସହିତ ପୋଟାସିୟମ, ଫାଇବର, ଆଇରନ, ଜିଙ୍କ୍‌ ଆଦି ପୋଷକ ତତ୍ତ୍ୱ ମଧ୍ୟ ଭରି ରହିଛି । କଲରା ଓଜନ କମାଇବା ସହିତ ହାଡ଼ ମଜଭୁତ କରିବାରେ ସହାୟକ ହୋଇଥାଏ ।