ଲେବାନନ ଉପରେ ପୁଣି ଇସ୍ରାଏଲ୍‌ର ଆକ୍ରମଣ,ମହମ୍ମଦ ଆଫିଫଙ୍କ ମୃତ୍ୟୁ

ଲେବାନନ ଉପରେ ତୁହାକୁ ତୁହା ଆକ୍ରମଣ କରୁଛି ଇସ୍ରାଏଲ। ଏବେ ପୁଣି ଥରେ ଇସ୍ରାଏଲ ଲେବାନନ ଉପରେ କରିଛି ରକେଟ୍‌ ମାଡ଼। ଏଥିରେ ୧୧ ଜଣଙ୍କ ମୃତ୍ୟ ହୋଇଛି। ସେହିପରି ୪୮ ଜଣ ଆହତ ହୋଇଛନ୍ତି। ଲେବନାନର ଟାୟର ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ଏହାପୂର୍ବରୁ ମଧ୍ୟ ଇସ୍ରାଏଲ୍ କ୍ରମାଗତ ଭାବରେ ଲେବାନନ ଏବଂ ଗାଜା ଅଞ୍ଚଳରେ ଆକ୍ରମଣ କରିଛି। ରବିବାର ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ ମୁଖପାତ୍ର ମହମ୍ମଦ ଆଫିଫଙ୍କ ମୃତ୍ୟୁ ଘଟିଛି। ସେପ୍ଟେମ୍ବରରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି ଏବଂ ଟପ୍ ହେଜବୁଲ୍ଲା ନେତା ହାସନ ନସ୍ରଲ୍ଲାଙ୍କ ହତ୍ୟା ପରେ ଆଫିଫ ଗଣମାଧ୍ୟମରେ ନିଜ ସଂଗଠନର ପକ୍ଷ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ଇସ୍ରାଏଲ ସୈନ୍ୟମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିବା ସୂଚନା ମିଳିଛି।