'ବାଂଲାଦେଶୀ ହିନ୍ଦୁଙ୍କ କରୁଣ କାହାଣୀ', 'ମନେ ପଡ଼ି ଯାଉଛି ଅତୀତର କଥା'

'ବାଂଲାଦେଶୀ ହିନ୍ଦୁଙ୍କ କରୁଣ କାହାଣୀ', 'ମନେ ପଡ଼ି ଯାଉଛି ଅତୀତର କଥା'

ଭାରତର ସ୍ୱାଧିନତା ପରେ ବାଲାଂଦେଶର ସାମାଜିକ ଓ ଆର୍ଥିକ ପାଣିପାଗ ସୀମାନ୍ତ ଅଞ୍ଚଳକୁ ପ୍ରଭାବିତ କରି ଆସୁଛି । ବିଶେଷ କରି ପଶ୍ଚିମବଙ୍ଗରେ ଏହାର ପ୍ରଭାବ ବେଶ୍‌ ଅନୁଭୂତ ହୋଇଥାଏ । ଦେଶ ବିଭାଜନବେଳେ ବାଲାଂଦେଶରୁ ନିୟୁତ ନିୟୁତ ଲୋକ ସ୍ଥାନାନ୍ତର ହୋଇଥିଲେ । ବିଶେଷକରି ଏହି ରିଫ୍ୟୁଇଜମାନେ ପଶ୍ଚିମବଙ୍ଗ,ତ୍ରିପୁରା, ଆସାମ ଓ ମେଘାଳୟ ଭଳି ରାଜ୍ୟମାନଙ୍କୁ ଦେଶାନ୍ତର ହୋଇଥିଲେ । ଅନେକ ଆଶା ରଖିଥିଲେ ଯେ ସେମାନେ ଏହିସବୁ ରିଫ୍ୟୁଇଜରୁ ଧିରେଧିରେ ସ୍ଥାୟୀ ବାସିନ୍ଦା ହୋଇପାରିବେ । ବର୍ତ୍ତମାନ ବାଲାଂଦେଶରେ ରାଜନେଅତିକ ଅସ୍ଥିରତା ସୃଷ୍ଟି ହୋଇଥିବାବେଳେ ସେଠାରେ ଥିବା ସଂଖ୍ୟାଲଘୁ ହିନ୍ଦୁମାନେ ଏବେ ନିଜର ସୁରକ୍ଷା ପାଇଁ ଦାବି କରୁଛନ୍ତି । ବାଲାଂଦେଶରେ ରହୁଥିବା ହିନ୍ଦୁମାନେ କିଭଳି ଭାବରେ ଅତ୍ୟାଚାରର ଶିକାର ହେଉଛନ୍ତି ସେନେଇ ୱାନ୍‌ ଇଣ୍ଡିଆ ପକ୍ଷରୁ ଅନେକ ବଙ୍ଗାଳୀ ହିନ୍ଦୁଙ୍କ ସହ ଆଲୋଚନା କରାଯାଇଥିଲା । 

ବାଲାଂଦେଶର ସ୍ଥିତି ସଂପର୍କରେ ମନେ ପକାଇ ସୁଶିଲ୍‌ ଗଙ୍ଗୋପାଧ୍ୟାୟ ନାମକ ଜଣେ ବ୍ୟକ୍ତି କୁହନ୍ତି ‘୧୯୭୧ମସିହାରେ ସେମାନେ ବାଲାଂଦେଶର ନୂଆଖାଲୀ ଜିଲ୍ଲାରୁ ଚାଲି ଆସିଥିଲେ । ସେହି ସମୟରେ ସେଠାରେ ତାଙ୍କର ବଡ ପରିବାର ଥିଲା । ଜମିବାଡି ମଧ୍ୟ ବହୁତ ଥିଲା । ପାକିସ୍ଥାନର ଯୁଦ୍ଧବେଳେ ପାକିସ୍ଥାନ ସେନାବାହିନୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ ଘର ଜାଳି ଦିଆଯାଇଥିଲା । ନିଷ୍ଠୁର ଭାବେରେ ସେମାନଙ୍କ ପରିବାର ଲୋକଙ୍କୁ ମାରି ଦିଆଯାଇଥିଲା । ଏହି କଥା କହିଲାବେଳକୁ ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା । ପରେପରେ ସେମାନେ ଭାରତକୁ ଆସିବା ସହ ସ୍ଥାୟୀ ରିଫ୍ୟୁଇଜ ଭାବରେ ରହି ଆସିଛନ୍ତି । ବାଲଶଂଦେଶର ସାମ୍ପ୍ରତିକ ସ୍ଥିତି ସଂପର୍କରେ ସୁଶିଲ କୁହନ୍ତି ଯେ ବାଲାଂଦେଶରେ ଏପରି ଏକ ଘଟଣା ଘଟିବ ତାହାକୁ ସେ ବିଶ୍ୱାସ କରିପାରୁନାହାଁନ୍ତି । ଏତେ ନିଷ୍ଠୁର ଘଟଣା ସେ କେବେ ଦେଖିବେ ବୋଲି ଭାବି ମଧ୍ୟ ନଥିଲେ । ଗର୍ଭବତୀ ମହିଳାଙ୍କର ପେଟକୁ ଗୋଇଠା ମରାଯାଉଛି । ଜଣେ ଭାରତୀୟ ଭାବେ ଜାଙ୍କର ପଡୋଶୀ ଭାଇମାନଙ୍କର ଉଦ୍ଧାର କରିବାକୁ ସେ ଦାବି କରୁଛନ୍ତି । ଯଦି ହିନ୍ଦୁମାନେ ସେଠାରେ ଏଭଳି ଭାବରେ ଅତ୍ୟାଚାରିତ ହେଉଥିବେ ତେବେ ବାଲାଂଦେଶରେ ମଧ୍ୟ କୁଇଟ ଇଣ୍ଡିଆ ମୋମେଣ୍ଟ ଆରମ୍ଭ ହୋଇଯିବ । 

୧୯୭୧ମସିହାର ଘଟଣାକୁ ମନେପକାଇ ସେ କୁହନ୍ତି ଯେ ,ସେହି ସମୟରେ ତାଙ୍କର ବୟସ ୧୦ରୁ ୧୨ବର୍ଷ ଥିଲା । ରଜ କରମାନେ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ପୁରୁଷମାନଙ୍କୁ ନଈ ଭିତରକୁ ଫିଙ୍ଗି ଦିଆଯାଉଥିଲା । ପାକିସ୍ଥାନୀ ସେନା ଦ୍ୱାରା ଅନେକ ମହିଳା ଗର୍ଭବତୀ ମଧ୍ୟ ହୋଇଥିଲେ । ଘଟଣାର ଅନେକ ଦିନ ପରେ ମଧ୍ୟ ଏହି କଥା ମନେ ପଡିଲେ ଦେହ ଶିହରୀ ଉଠେ । ବାଙ୍ଗନର ଅନିମା ଦାସ ଏ କଥାକୁ ମନେ ପକାଇ କୁହନ୍ତି ସେ ଯେତେବେଳେ ବାଲାଂଦେଶରେ ସେହି ସମୟରେ ଗର୍ଭବତୀ ଥିଲେ । ମୋର ଗୋଟିଏ ପୁଅ କିଶୋର ଥିଲା ଓ ମୋ ଝିଅଟି ଗର୍ଭରେ ରହିଥିଲା । ପାକିସ୍ଥାନର ସେନାବାହିନୀ ଏମିତି ନିର୍ଯ୍ୟାତନା କଲେ ଯେ ମୋର ଶଶୁର ମୋତେ ଭାରତକୁ ପଠେଇ ଦେଲେ , ଆମର ଘରକୁ ମଧ୍ୟ ଜାଳି ଦିଆଯାଇଥିଲା । ଏହା ପରେ ପରେ ମୁଁ ଅନେକ ଥର ବାଲାଂଦେଶ ଯାଇଛି ହେଲେ ସେଦିନର ଘଟଣା କିନ୍ତୁ ମୋ ମନରୁ ଲିଭି ପାରୁନାହିଁ । ଖାଲି ଏମାନେ ନୁହଁନ୍ତି ବାଲାଂଦେଶ ପଶ୍ଚିମବଙ୍ଗ ସୀମାନ୍ତର ଅନେକ ଲୋକ ଏମିତି ଦୁଃଖଦ କାହାଣୀ ବଖାଣୀଛନ୍ତି । ଧର୍ମ ଆଧାରରେ ସେମାନଙ୍କୁ ଅନେକ ନିର୍ଯ୍ୟାତନାର ଶିକାର ହେବାକୁ ପଡିଛି । ସମ୍ପ୍ରତି ବାଲାଂଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ବିଶେଷ କରି ସେଠାରେ ଥିବା ହିନ୍ଦୁ ଭାଇ-ଭଉଣୀମାନେ ଅସୁରକ୍ଷିତ ହୋଇପଡିଛନ୍ତି । ସେମାନଙ୍କୁ ନିର୍ଯ୍ୟାତନାର ଶିକାର ହେବାକୁ ପଡିଛି । ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ମହଲରେ ଦାବି ଉଠିଲାଣି । ହରଦ୍ଦନ ବିଶ୍ୱାସଙ୍କ ନାମକ ଜଣେ ବ୍ୟକ୍ତ କୁହନ୍ତି ତାଙ୍କର ବାପା ବାଲାଂଦେଶରୁ ଭାରତକୁ ଚାଲି ଆସିଥିଲେ । ସେଠାରେ ହିନ୍ଦୁମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା । ଯେଉଁଥି ପାଇଁ ସେମାନେ ଘରଦ୍ୱାର, ଜମିବାଡି ସବୁ ଛାଡି ଭାରତକୁ ରିଫ୍ୟୁଇଜ ଭାବେ ଚାଲି ଆସିଥିଲେ । ବାଲାଂଦେଶରେ ଆଜି ନୁହେଁ ଅତୀତରେ ମଧ୍ୟ ହିନ୍ଦୁମାନେ ସବୁବେଳେ ନିର୍ଯ୍ୟାତନାର ଶିକାର ହୋଇ ଆସୁଛନ୍ତି । ୧୯୫୬ରେ ଭାରତ ଚାଲି ଆସିଥିବା ପରେଶ ଦାସ କୁହନ୍ତି ମୋ ଆଖି ସାମନାରେ ମୋ ଜେଜେଙ୍କୁ ମାରି ଦିଆଗଲା । ଆମ ଜମି ଛଡାଇ ନିଆଗଲା ଏବଂ ମୋର ସଂପର୍କୀୟଙ୍କୁ ନିର୍ଯ୍ୟାତନା ମଧ୍ୟ ଦିଅଗଲା । ଏବେ ଆମେ ଭାରତରେ ଶାନ୍ତିରେ ରହୁଛୁ । କିନ୍ତୁ ନୂଆଖାଲିରେ ରହିଯାିଥିବା ମୋର ସଂପର୍କୀୟମାନେ ଏବେ ବି ଡରରେ ରହୁଛନ୍ତି । ଏହି ମାସକ ତଳେ ମୋର ଦାଦାଙ୍କୁ ଜମିବାଡି ବିବାଦରେ ମାରି ଦିଆଗଲା । ୧୯୭୧ମସିହାର କଥାକୁ ମନେଇ ରାସମୟ ବିଶ୍ୱାସ କୁହନ୍ତି ଯେ “ହିନ୍ଦୁ ହେବା କ’ଣ ଅପରାଧ?”ସ୍ୱାଧୀନତା ପରେ ମଧ୍ୟ ହିନ୍ଦୁମାନେ ସୁରକ୍ଷିତ ନୁହଁନ୍ତି । ସେହି ସମୟରେ ପାକିସ୍ଥାନୀ ଆର୍ମୀ ଓ ଜମାତ୍‌ ସେମାନଙ୍କୁ ଟାର୍ଗେଟ କରିବା ସହ ଆକ୍ରମଣ କରିଆସୁଥିଲେ ।