ଓଆରଏସସ୍ତରରେ ବଡ଼ ଅଦଳବଦଳ
ORS

।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର, ୩୦ା୯ : ରାଜ୍ୟ ସରକାର ଓଡ଼ିଶା ରାଜସ୍ୱ ସେବାସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଆଜି ୪୭ ଓଆରଏସ ଅଫିସରଙ୍କୁ ବଦଳି କରାଯିବା ସହ ନୂଆ ଦାୟିତ୍ୱ ଦିଆଯାଇଛି ।
ରାଜସ୍ୱ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବବିତା ମୁର୍ମୁଙ୍କୁ କରଞ୍ଜିଆ ସବରେଜିଷ୍ଟ୍ରାର ଭାବେ ବଦଳି କରାଯାଇଛି । ସେହିପରି ବାଲିକୁଦା ଅତିରିକ୍ତ ତହସିଲଦାରଙ୍କୁ ଯାଜପୁର ଦର୍ପଣ ତହସିଲର ଅତିରକ୍ତ ତହସିଲଦାର ଭାବେ ନିଯୁକ୍ତି ମିଳିଛି ।
ଅପରପକ୍ଷରେ ଚିନ୍ମୟ ଦାସଙ୍କୁ ନିମାପଡ଼ା ଏନଏସିର ଏକଜ୍କ୍ୟୁଟିଭ ଅଫିସର ଭାବେ ଓ ଚିତ୍ରସେଣ ଦଳାଇଙ୍କୁ ଗଞ୍ଜାମର କାନିସି ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ମିଳିଛି । ସେହିପରି ରାଜେନ୍ଦ୍ର ପ୍ରସାଦ ଭୂୟାଁଙ୍କୁ କୋଡ଼ିଗାଁର ଅତିରିକ୍ତ ତହସିଲଦାର, ଡି ଗୋପାଳ ରେଡ୍ଡୀଙ୍କୁ ଖୋର୍ଦ୍ଧାର ଅତିରିକ୍ତ ତହସିଲଦାର, ସନାତନ ମଲ୍ଲିକଙ୍କୁ ଟାଙ୍ଗୀର ଅତିରିକ୍ତ ତହସିଲଦାର, ଗଗନ ବିହାରୀ ଦାସଙ୍କୁ ଧର୍ମଶାଳା ଅତିରିକ୍ତ ତହସିଲଦାର, ଜିତେନ୍ଦ୍ର ବିଶ୍ୱାଳଙ୍କୁ ହିନ୍ଦୋଳ ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି ।
ଏହାଛଡ଼ା ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ରେଢାଖୋଲର ଅତିରିକ୍ତ ତହସିଲଦାର, କମଳ ବିହାରୀ ଦାସଙ୍କୁ ଜଳେଶ୍ୱର ମୁନିସପାଲଟି ଏକଜକ୍ୟୁଟିଭ ଅଫିସର, କୃଷ୍ଣ ଚନ୍ଦ୍ର ନାୟକଙ୍କୁ ରଣପୁର ଅତିରିକ୍ତ ତହସିଲଦାର, ମନୋଜ କୁମାର ସାହୁଙ୍କୁ ରେମୁଣା ଅତିରିକ୍ତ ତହସିଲଦାର, ପୁରୁଷୋତ୍ତମ ମିଶ୍ରଙ୍କୁ ଜଳେଶ୍ୱର ସବରେଜିଷ୍ଟ୍ରାର, ଦୀପ୍ତିରଞ୍ଜନ ଜେନାଙ୍କୁ ବାଲେଶ୍ୱର ଅତିରିକ୍ତ ତହସିଲଦାର, ଜଗନ୍ନାଥ ବେହେରାଙ୍କୁ କୁସୁମିର ଅତିରିକ୍ତ ତହସିଲଦାର, ମୃତୁଞ୍ଜୟ ବରାଳଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ପ୍ରବୋଧ କୁମାର ମହାନ୍ତିଙ୍କୁ ପିପିଲି ଅତିରିକ୍ତ ତହସିଲଦାର, ନିଗମାନନ୍ଦ ନନ୍ଦଙ୍କୁ ପିପିଲି ଏନଏସି ଏକଜକ୍ୟୁଟିଭ ଅଫିସର, ନିରଞ୍ଜନ ଗୁରୁଙ୍କୁ ରସୁଲପୁରର ଅତିରିକ୍ତ ତହସିଲଦାର, ନିଶା ଗୋଏକାଙ୍କୁ ନିଆଳୀ ସବରେଜିଷ୍ଟ୍ରାର, ଗୁଦ୍ର ହେମ୍ବ୍ରମଙ୍କୁ ଗରଦପୁର ଅତିରିକ୍ତ ତହସିଲଦାର, ପଦ୍ମିନୀ ନାଏକଙ୍କୁ କୁତ୍ରା ଅତିରିକ୍ତ ତହସିଲଦାର, ଜ୍ୟୋତିରଞ୍ଜନ ବାଗଙ୍କୁ ବୀରମିତ୍ରପୁର ଅତିରିକ୍ତ ତହସିଲଦାର, ପଙ୍କଜ ବାସିନୀ ଭଞ୍ଜଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ସୋମେଶ ରଣବିଜୁଳିଙ୍କୁ ଖଣ୍ଡପଡ଼ା ଅତିରିକ୍ତ ତହସିଲଦାର, ପୂଜା ଲେଙ୍କାଙ୍କୁ ବାଲିଅନ୍ତା ସବ୍ ରେଜିଷ୍ଟ୍ରାର, ପ୍ରଶାନ୍ତ ସିଂହଙ୍କୁ ଅନୁଗୁଳ ଅତିରିକ୍ତ ତହସିଲଦାର, ଦିବ୍ୟଜ୍ୟୋତି ଦେବଦର୍ଶିନୀଙ୍କୁ ସୁଭଦ୍ରା ଯୋଜନା ଓଏସଡ଼ି, ରାଜବଲ୍ଲଭ ନାୟକଙ୍କୁ ସୁକିନ୍ଦା ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ ଜୋନ୍ ଅଫିସର, ସୁବାସ ଚନ୍ଦ୍ର ଭୋଇଙ୍କୁ ସୁବର୍ଣ୍ଣପୁର ଆସିଷ୍ଟାଣ୍ଟ ଜିଲ୍ଲାପାଳ, ଦିବ୍ୟଜ୍ୟୋତି ପରିଡ଼ା ପାଟଣାଗଡ଼ ସବରେଜିଷ୍ଟ୍ରାର, ଶୁଭଶ୍ରୀ ମିଶ୍ରଙ୍କୁ ବ୍ରହ୍ମପୁର ଆସିଷ୍ଟାଣ୍ଟ ଜିଲ୍ଲାପାଳ, ସୁରେନ୍ଦ୍ର କୁମାର ମୁଦୁଲିଙ୍କୁ ଓଡ଼ପଡ଼ା ଅତିରିକ୍ତ ତହସିଲଦାର, କେ ଭେଙ୍କେଟଶ୍ୱର ରାଓଙ୍କୁ ଆଠମଲ୍ଲିକ ଅତିରିକ୍ତ ତହସିଲଦାର, ରାଜାରାମ ଛତ୍ରିଆଙ୍କୁ ଭାପୁର ଅତିରିକ୍ତ ତହସିଲଦାର, ଅମିତା ପଟ୍ଟନାୟକଙ୍କୁ ନୟାଗଡ଼ ଅତିରିକ୍ତ ତହସିଲଦାର, ସୋନାଲି ଦଳାଇଙ୍କୁ ସମ୍ବଲପୁର କୋର୍ଟ ଅଫିସର, ସଞ୍ଜୟ କୁମାର ସାହୁଙ୍କୁ ସମ୍ବଲପୁର ଅତିରିକ୍ତ ତହସିଲଦାର, ପ୍ରତାପ ଶଙ୍କର ଦାସଙ୍କୁ ସମ୍ବଲପୁର ଅତିରିକ୍ତ ତହସିଲଦାର, ସୋନିଆଶ୍ରୀ ମଲ୍ଲିକଙ୍କୁ କୋମନା ଅତିରିକ୍ତ ତହସିଲଦାର, ଶିବପ୍ରସାଦ ବିଶ୍ୱାଳଙ୍କୁ ବରଗଡ଼ ଆସିଷ୍ଟାଣ୍ଟ ଜିଲ୍ଲାପାଳ, ଭୁବନାନନ୍ଦ ସାହୁଙ୍କୁ ମାନେଶ୍ୱର ଅତିରିକ୍ତ ତହସିଲଦାର, ରାମନାରାୟଣ ମିଶ୍ରଙ୍କୁ ବଲାଙ୍ଗୀର ଆସିଷ୍ଟାଣ୍ଟ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।
ସେହିପରି ସୁଶାନ୍ତ କୁମାର ନାଏକଙ୍କୁ ସମ୍ବଲପୁର ଏସିଓ, କୌସ୍ତୁଭ ଷଡ଼ଙ୍ଗୀଙ୍କୁ ନରସିଂହପୁର ଅତିରିକ୍ତ ତହସିଲଦାର, ରମେଶ ଚନ୍ଦ୍ର ନାଏକଙ୍କୁ ବଡ଼ବିଲ ମୁନିସପାଲଟିର ଏକଜକ୍ୟୁଟିଭ ଅଫିସର ଭାବେ ବଦଳି କରାଯାଇଛି ।