ଆରବିଆଇ ଗର୍ଭନରଙ୍କ ଦସ୍ତଖତ ସବୁ ନୋଟ୍‌ରେ ଥାଏ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏପରି କୌଣସି ନୋଟ ଜାରି କରେ ନାହିଁ ଯେଉଁଥିରେ ଗର୍ଭନରଙ୍କ ଦସ୍ତଖତ ରହେନାହିଁ। ପ୍ରତ୍ୟେକ ନୋଟ ମଝିିରେ ଗର୍ଭନରଙ୍କ ଦସ୍ତଖତ ରହିଥାଏ। ଆରବିଆଇର କାମ କେବଳ ନୋଟ ଛାପିବା ନୁହେଁ ବରଂ ବ୍ୟାଙ୍କଗୁଡିକ ପାଇଁ ସୁଧ ହାର ସ୍ଥିର କରିବା। ତେବେ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଏହା ପରିବର୍ତ୍ତନ କରିବାର ଅଧିକାର ରହିଛି। ବର୍ତ୍ତମାନ ଶକ୍ତିକାନ୍ତ ଦାସଙ୍କର ସ୍ଥାନ ନେଇଛନ୍ତି ସଞ୍ଜୟ ମାଲହୋତ୍ରା। ଡିସେମ୍ବର ୧୧ରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଭାବେ ଦାୟିତ୍ୱ ନେବେ। ଏହାପୂର୍ବରୁ ସେ ରାଜସ୍ବ ସଚିବ ଭାବରେ କାର୍ଯ୍ୟ କରିଥିଲେ।

ପୂର୍ବରୁ ଶକ୍ତିକାନ୍ତଙ୍କ ଦସ୍ତଖତ ଥିବା ନୋଟ୍‌ ପ୍ରଚଳନ ହେଉଥିବାବେଳେ ଖୁବ ଶୀଘ୍ର ଆରବିଆଇ ଦ୍ୱାରା ନୂଆ ଗଭର୍ନର ସଞ୍ଜୟଙ୍କ ଦସ୍ତଖତ ଥିବା ନୋଟ୍‌ ଜାରି ହେବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଭାରତୀୟ ନୋଟରେ ଗର୍ଭନରଙ୍କ ଦସ୍ତଖତ କାହିଁକି ଆବଶ୍ୟକ ଏବଂ ଦସ୍ତଖତ ବିନା ନୋଟ ଜାରି ହୋଇପାରିବ କି ନାହିଁ।

ଆରବିଆଇକୁ ଅନେକ କ୍ଷମତା ମିଳିଛି, ଏହାର ଗୋଟିଏ କାରଣ ହେଉଛି ଆଇନ। ଆରବିଆଇ ଆକ୍ଟ, ୧୯୩୪ ଅନୁସାରେ ଆରବିଆଇକୁ ମୁଦ୍ରା ପରିଚାଳନା ଦାୟିତ୍ୱ ଦିଆଯାଇଛି। ସେହିପରି ଆରବିଆଇ ଆକ୍ଟର ଧାରା ୨୨ ଅନୁଯାୟୀ ଏହି ବ୍ୟାଙ୍କକୁ ମୁଦ୍ରା ପ୍ରଚଳନ କରିବାର ମଧ୍ୟ ଅଧିକାର ରହିଛି।

ସବୁ ମୁଦ୍ରା ଓ ନୋଟ୍‌ ଉପରେ ଗର୍ଭନରଙ୍କ ଦସ୍ତଖତ ଅଛି, କିନ୍ତୁ କୌତୁହଳର ବିଷୟ ହେଉଛି ଏପରି ଏକ ନୋଟ୍‌ ଅଛି ଯେଉଁଥିରେ ତାଙ୍କ ଦସ୍ତଖତ ନଜର ଆସେନାହିଁ। ତାହା ହେଉଛି ଏକ ଟଙ୍କିଆ ନୋଟ ବା ମୁଦ୍ରା। କାରଣ ଏକ ଟଙ୍କିଆ ଆରବିଆଇ ଜାରି କରେନାହିଁ। ଏହା ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଏ। ଏହି ଟଙ୍କାରେ ମନ୍ତ୍ରଣାଳୟର ସଚିବଙ୍କ ଦସ୍ତଖତ ରହିଛି। ଏହି କାରଣରୁ ଏକ ଟଙ୍କିଆରେ ଆରବିଆଇ ଗର୍ଭନରଙ୍କ ଦସ୍ତଖତ ନାହିଁ। କିନ୍ତୁ ଦୁଇ ଟଙ୍କା ଏବଂ ଏହାଠାରୁ ଅଧିକ ମୂଲ୍ୟର ନୋଟରେ ଗର୍ଭନରଙ୍କ ଦସ୍ତଖତ ବାଧ୍ୟତାମୂଳକ ଅଟେ।

ନୋଟଗୁଡିକରେ ଦସ୍ତଖତ କରିବାର ଏକ କାରଣ ରହିଛି। କାରଣ ଏହାଦ୍ୱାରା ନୋଟଗୁଡିକୁ ବୈଧ ଘୋଷିତ ହୋଇପାରିବ। ଯେତେବେଳେ ଗର୍ଭନରଙ୍କ ଦସ୍ତଖତ ସହିତ ଏକ ନୋଟ ଜାରି କରାଯାଏ, ସେତେବେଳେ ଏହିକଥାର ଗ୍ୟାରେଣ୍ଟି ଥାଏ କି ନୋଟର ମୂଲ୍ୟ ସହିତ ସମାନ ପରିମାଣର ଅର୍ଥ ଦେବାର ଦାୟିତ୍ୱ ଭାରତର ରିଜର୍ଭ ବ୍ୟାଙ୍କ ପାଖରେ ରହିଛି।

ଏଥିପାଇଁ ଏହି ନୋଟ୍‌ ଉପରେ ଲେକାଯାଏ… ମୁଁ ଧାରକକୁ ୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଉଛି। ସାଧାରଣ ଭାଷାରେ ମୁଦ୍ରାକୁ ଏକ ନୋଟ ବୋଲି କୁହାଯାଉଥିଲେ ମଧ୍ୟ ବ୍ୟାଙ୍କ ଏହାକୁ ଏକ ପ୍ରୋମୋସୋରୀ ନୋଟ ବୋଲି କହିଥାଏ। କାରଣ ଏଥିରେ ଏକ ପ୍ରତିଶ୍ରୁତି ଦିଆଯାଇଛି। ଏହି ଲେଖା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମୁଦ୍ରାର ମୂଲ୍ୟ ବିଷୟରେ ଉଲ୍ଲେଖ କରାଯାଇଛି ଏଥିସହ ଗଭର୍ନର ଏଥିରେ ଦସ୍ତଖତ କରି ଏହାକୁ ନଶ୍ଚିତ କରିଛନ୍ତି।