ତାଲିମ ପରାମର୍ଶ ଶିିବିର        

 ତିହିଡି : ତିହିଡି ବ୍ଲକ୍ରେ ଅବସ୍ଥିତ ସଭାଗୃହରେ ମାଗଣା ନିଯୁକ୍ତି ଭିତ୍ତିକ ତାଲିମ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି । ସ୍କିଲ କନେକ୍ଟ ଦ୍ୱାରା ଆୟୋଜିତ ତାଲିମ ପରାମର୍ଶ ଶିବରକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବାରିକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ଲାବନ ପଣ୍ଡା, ସ୍କିଲ କନେକ୍ଟର ରାଜ୍ୟ ପ୍ରୋଗ୍ରାମ ପରିଚାଳକ ବିଶ୍ୱରଞ୍ଜନ କର, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ ପ୍ର୍ରମୁଖ ମଞ୍ଚାସୀନ ହୋଇ ବିଭିନ୍ନ ପ୍ରକାର କୋର୍ସ ମାଧ୍ୟମରେ ଜଣେ କିପରି ସ୍ୱାବଲମ୍ବୀ ହୋଇ ପାରିବ ସେ ନେଇ ଆଲୋକପାତ କରିଥିଲେ । କମ୍ପୁ୍ୟଟର, ଆଇଟି, ସ୍ପୋକନ ଇଂଲିସ, ମୋବାଇଲ ଫୋନ ହାର୍ଡୱାର ରିପାରିଂ ଆଦି ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ବୋଲି କୁହାଯାଇଥିଲା । ଶିବିରରେ ୧୨୦ ଜଣ ବିଭିନ୍ନ କୋର୍ସରେ ଆବେଦନ କରିବା ପାଇଁ ଫର୍ମ ସଂଗ୍ରହ କରାଯାଇଛି ।