ସଂସ୍କୃତ ପରିଷଦର ମାସିକ ଅଧିବେଶନ

 ବଲାଙ୍ଗିର : ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ ସଭାପତି ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଡ. ପ୍ରେମ·ନ୍ଦ ମହାନ୍ତି ଯୋଗଦାନ କରି ବିଦେଶରେ ସଂସ୍କୃତ ଭାଷାର ଆଦର ଓ ବେଦର ସାରମର୍ମ ବିଷୟରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂପାଦକ ରାଜ କିଶୋର ପଣ୍ଡା ଗତ ଅଧିବେଶନର ବିବରଣୀ ପାଠ କରିଥିବାବେଳେ ଉପ-ସଭାପତି କେଶବ ଚନ୍ଦ୍ର ମିଶ୍ର ନିଜସ୍ୱ ମତ ପ୍ରକଟ କରିଥିଲେ । ଏହି ଅଧିବଶେନରେ ମଧୁ ସୁଦନ ନାୟକ, କପିଳ ପତି, ପର୍ଶୁରାମ ନାୟକ, ଆଶୁତୋଷ ମିଶ୍ର, ମଦନ ମୋହନ ରଥ, ବନମାଳି ନନ୍ଦ, ପୁରୁଷୋତ୍ତମ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । କୋଷାଧ୍ୟକ୍ଷ ବ୍ରଜ କିଶୋର ପଣ୍ଡା ଆୟବ୍ୟୟ ସୂଚନା ଦେଇଥିବାବେଳେ ସହ-ସଂପାଦକ ସିତାଂଶୁ ଶେଖର ନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।