‘ଭାଗବତରେ ସମାଜ ଶିକ୍ଷା’ ଆଲୋଚନାଚକ୍ର

 ଖୋର୍ଦ୍ଧା : ଆମରି ସତ୍ୟ ବିକାଶ ପରିଷଦ ଓ ରୋଟାରୀ କ୍ଲବ ଜଟଣୀ ମିଳିତ ଆନୁକୂଲ୍ୟରେ ସୁଦର୍ଶନ ମହାପାତ୍ରଙ୍କ ଆବାହକତ୍ୱ ଓ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ଆଲୋଚନାଚକ୍ର ‘ଭାଗବତରେ ସମାଜ ଶିକ୍ଷା' ଉପରେ ରୋଟାରୀ କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଛି । ଡ. ପ୍ରମୋଦ ଚନ୍ଦ୍ର ଦାଶ ବର୍ତ୍ତମାନ ସମାଜରେ ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାରର ବୃଦ୍ଧି ପାଇ ସାମାଜିକ ଜୀବନ କଳୁଷିତ ହେଉଛି ତାର ନିରାକରଣ ପାଇଁ ମାନସିକ ଶାନ୍ତି ଲୋଡା । ଏଥିପାଇଁ ଭାଗବତ ଗ୍ରନ୍ଥ ପାଠକରିବା  ଏବଂ ବୁଝିବାର  ଉପଯୋଗୀତା ଅଛି ବୋଲି ବର୍ଣ୍ଣନା କରିଥିଲେ । ପାଲା ଗାୟକ ସୁଦର୍ଶନ ମହାପାତ୍ର ଅତିଥି ସକ୍ରାର ଦ୍ୱାରା ପାପ କ୍ଷୟହୁଏ ବୋଲି କହିବା ସହ ଭାବଗତର ବାଣୀ ଉଦାହରଣ ସହ ଆଲୋଚନା କରିଥିଲେ । ପଣ୍ଡିତ ରମାକାନ୍ତ ମିଶ୍ର କର୍ମଫଳ ତ୍ୟାଗ ସହିତ କର୍ତ୍ତବ୍ୟ କର୍ମ ଆଚରଣ କରିବା ଓ ସତ୍ୟ, ସେବା, ପରୋପକାର ଦ୍ୱାରା ଭଗବତପ୍ରାପ୍ତି ସମ୍ଭବ ବୋଲି କହିଥିଲେ । ମୁଖ୍ୟଅତିଥି କାଶୀନାଥ ପାଣିଗ୍ରାହୀ ଭାଗବତରୁ ଶୁଦ୍ଧ ଆଚରଣ ଉଚ୍ଚାରଣ ଶିକ୍ଷା ସହିତ ନୈତିକତା ମୂଲ୍ୟବୋଧର ଶିକ୍ଷା ଲାଭ ହୋଇଥାଏ ବୋଲି ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ କାଶୀନାଥ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତଅତିଥି ଯୋଗଦେଇ ରୋଟାରୀ କ୍ଲବ୍, ସଭାପତି ପ୍ରସାଦ ଜଗଦେ୍ଦବ ଭାଗବତ ପାଠ ଦ୍ୱାରା ବହୁ ସମସ୍ୟା ଦୂରୀଭୂତ ହୋଇଥାଏ ବୋଲି କହିଥିଲେ । କବିତା ପାଠ କାର୍ଯ୍ୟକ୍ରମକୁ ଅଧ୍ୟାପିକା ସୌଦାମିନୀ ବେହେରା, ଅଧ୍ୟାପିକା ଆରତୀ ସେନ୍ ଓ ଅଧ୍ୟାପିକା ରଜନୀ ରଣସିଂହ ସଂଯୋଜନା କରିଥିଲେ । ବ୍ରଜବନ୍ଧୁ ନାୟକ, ଜଗନ୍ନାଥ ନାୟକ, ପ୍ରଭାଷ ଚନ୍ଦ୍ର ମଙ୍ଗରାଜ, ନର୍ମଦା ଦୋରା, କିଶୋର ପାଇକରାୟ, ଜବାହରଲାଲ ସୁବୁଦ୍ଧି, ଡ. ସୁକାନ୍ତି ମହାପାତ୍ର, ଇଂ. ଭକ୍ତବନ୍ଧୁ ଚୌଧୁରୀ , ମନୋରମା ପାଢୀ, ଜନାର୍ଦନ ମଙ୍ଗରାଜ, ରୋଟାରିଆନ ରସିକ ପଟେଲ, ରୋଟାରିଆନ ସୁନୀଲ ଅଗ୍ରୱାଲ୍ଲା , ସମରଜିତ୍ ପଟ୍ଟନାୟକ, ଦାଶରଥି ପଟ୍ଟନାୟକ, ଡ. ସୁବ୍ରତା ପାତ୍ର, ବିଭୁତି ଭୂଷଣ ନନ୍ଦ, ମଙ୍ଗୁଳି ପାରିଡା, ବିଷୁ ପ୍ରସାଦ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।